ବାଲିଗୁଡା ଟାଉନ ହୋଲ ଠାରେ ବିଜେପିର ଅନୁସୂଚିତ ଜାତି ଏବଂ ଜନଜାତିର ସଦସ୍ୟତା ସଂଗ୍ରହ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ….

ବାଲିଗୁଡା(ସିବନ୍ତ ଦିଗାଲ): କନ୍ଧମାଳ ଜିଲ୍ଲା ବାଲିଗୁଡା ନିର୍ବାଚନ ମଣ୍ଡଳୀର ବାଲିଗୁଡା ଟାଉନ ହୋଲ ଠାରେ ଭାରତୀୟ ଜନତା ପାର୍ଟିର ଅନୁସୂଚିତ ଜାତି ଏବଂ ଜନଜାତି ଶାଖାର ସଦସ୍ୟତା ସଂଗ୍ରହ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ବାଲିଗୁଡା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା ଆଦିବାସୀ ମର୍ଚାର ରାଜ୍ୟ ଆବାହକ କରେନ୍ଦ୍ର ମାଝୀ ଏବଂ ଫୁଲବାଣୀ ବିଧାୟକ ଉମାକାନ୍ତ ମଲିକ ଯୋଗ ଦେଇ ଗ୍ରାମାଞ୍ଚଳରେ ଏହି ଅଭିଯାନ ମାଧ୍ୟ୍ୟମରେ କିଭଳି ସଦସ୍ୟତା ବଢ଼ିବ ତାହାରି ଉପରେ ଆଲଚନା କରାଯାଇଥିଲା ।ଏହି ଅଭିଯାନରେ ଭାରତୀୟ ଜନତା ପାର୍ଟି ବାଲିଗୁଡା ବ୍ଲକ ସଭାପତି ଏବଂ ତୁମ୍ବୁଡ଼ିବନ୍ଦ ବ୍ଲକ ସଭାପତି ମଧ୍ୟ୍ୟ ଉପସ୍ଥିତ ରହିଥିଲେ । ଏହା ସହ ବିଜେପି ପ୍ରେମୀ ବହୁ ମାତ୍ରାରେ ଯୋଗ ଦେଇ ପୂର୍ବତନ ବିଧାୟକ କରେନ୍ଦ୍ର ମଝିଙ୍କୁ ବହୁ ଆଡମ୍ବର ସହିତ ବାଲିଗୁଡା ଆଦିବାସୀ କୋଲେଜ ପାଖରୁ ସ୍ୱାଗତଂ କରିଥିଲେ । ଏହି କାର୍ଯ୍ୟକ୍ରମରେ ସଦସ୍ୟତା ସଂଗ୍ରହ ଅଭିଯାନ ଗ୍ରାମାଞ୍ଚଳରେ କରାଯିବ ନେଇ ଆଲୋଚନା କରାଯାଇଛି ।