ଧରାକୋଟ(ସୁନୀଲ କୁମାର ଚୌଧୁରୀ): ଧରାକୋଟ ବ୍ଲକର ଘୋଡାଦେଇ ଉଚ୍ଚ ବିଦ୍ୟାଳୟ ବେଠୁଆର ଠାରେ ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ବିଇଓ ଲିଙ୍ଗରାଜ ସ୍ୱାଇଁଙ୍କ ତତ୍ତ୍ଵାବଧାନରେ ଓ ଘୋଡାଦେଇ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ମମତା କୁମାରୀ ଦେବୀଙ୍କ ସଭାପତିତ୍ବରେ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ବିଡିଓ ଡେନିସ ବେହେରା, ମୁଖ୍ୟ ବକ୍ତା ଭାବେ ତହସିଲଦାର ଲମ୍ବୋଦର ମାରାଣ୍ଡି, ସମ୍ମାନିତ ଅତିଥି ଭାବରେ ଧରାକୋଟ ଥାନା ଅଧିକାରୀ ଚନ୍ଦ୍ରିକା ସ୍ୱାଇଁ, ଧରାକୋଟ ଅଗ୍ନିଶମ ଅଧିକାରୀ ଚିତ୍ତରଞ୍ଜନ ସାହୁ, ଏବିଇଓ ପ୍ରଦୀପ କୁମାର ଶତପଥୀ, ସିମାଞ୍ଚଳ ବେହେରା, ବିଭୂତି ଭୂଷଣ ପାତ୍ର, ବିଦ୍ୟାଳୟ ସଭାପତି ରାମଚନ୍ଦ୍ର ବିଶୋଇ ପ୍ରମୁଖ ଯୋଗ ଦେଇଥିଲେ । ଏଥିରେ ଚଉଦ ଗୋଟି କ୍ଲଷ୍ଟରର ଶତାଧିକ ଛାତ୍ରଛାତ୍ରୀ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ତର୍କ, ଚିତ୍ରାଙ୍କନ, କୁଇଜ୍, ସୃଜଶୀଳ ଲିଖନ, ଭାଷଣ,ଗୀତ, ଶୃତ ଲିଖନଓ ସୁନ୍ଦର ହସ୍ତାକ୍ଷର, ସାଂସ୍କୃତିକ କାର୍ଯ୍ୟକ୍ରମ ଆଦି ଅନୁଷ୍ଠିତ ହୋଇଥିଲା । ଏଥିରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମରେ ସାନଖେମୁଣ୍ଡି ବ୍ଲକର ବାର ଜଣ ଶିକ୍ଷକ ବିଚାରକ ଭାବରେ ଉପସ୍ଥିତ ରହିଥିଲେ । କାର୍ଯ୍ୟକ୍ରମକୁ ସମସ୍ତ କ୍ଲଷ୍ଟରର ସିଆରସିସି, ଶିକ୍ଷକ ,ଶିକ୍ଷୟତ୍ରୀ ଓ ଗ୍ରାମବାସୀ ସହଯୋଗ ପ୍ରଦାନ କରିଥିଲେ ।