ରାଇରଙ୍ଗପୁରରେ ଭାରତୀୟ ଜାତୀୟ କଂଗ୍ରେସ ପକ୍ଷରୁ ଗାନ୍ଧୀ ଜୟନ୍ତୀ ଓ ଶାସ୍ତ୍ରୀଜୀ ପାଳିତ….

ରାଇରଙ୍ଗପୁର(ଉତ୍ତମ ରାମ): ପଶ୍ଚିମ ମୟୂରଭଂଜ କଂଗ୍ରେସ ଦଳର ସାଙ୍ଗଠନିକ ଜିଲ୍ଲା ବାମନଘାଟୀ ଉପଖଣ୍ଡର ରାଇରଙ୍ଗପୁର ବଜାରସ୍ତିତ ଗାନ୍ଧୀ ପାର୍କରେ ନିର୍ବାଚନ ମଣ୍ଡଳୀର କଂଗ୍ରେସ ପରିବାର ତରଫରୁ ଗାନ୍ଧୀଜୟନ୍ତୀ ଓ ଶାସ୍ତ୍ରୀଜୀଙ୍କ ଜୟନ୍ତୀ ପାଳିତ ହୋଇଯାଇଛି l ଏଥିରେ ପୂର୍ବତନ ବିଧାୟକ ଶ୍ଯାମଚରଣ ହାଁସଦାଃ, ଅନନ୍ତ ଖୁଣ୍ଟିଆ, ଭାଗିରଥି ପାତ୍ର, ଅଜୟ ରାଉତ, ଇନତଖାବ ଆଲାମ, ଶିଶୁପଦ ମହାନ୍ତ, ଭଜହରି ମହାନ୍ତ, ଅନନ୍ତ ମାର୍ଣ୍ଡି, ଅଶୋକ ଅଗ୍ରୱାଲ, ଭାଗବତ ମାଝୀ, ରୂପକ ମହାନ୍ତି, ୱାସିମ୍ ଭାଇ, ରଜତ ମହାନ୍ତି, ନଳିନୀ ମହାନ୍ତ, ଅମର ମହାନ୍ତ, କିଶୋର ଦାସ, ଅଭିଜିତ୍ ମହାନ୍ତ, ରାଜେଶ ଶୁକ୍ଳା, କୋଟିଆ ପରିଛା ଓ ଜମ୍ବୁ ପରିଡା ପ୍ରମୁଖ ଉପସ୍ଥିତ ଥିଲେ | କଂଗ୍ରେସ କର୍ମକର୍ତ୍ତାଗଣ ଗାନ୍ଧୀଜୀ ଓ ଶାସ୍ତ୍ରୀଜୀଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ଯ ଅର୍ପଣ କରିବା ପରେ ଅତୀତ ଗାଥା ରୋମନ୍ଥନ କରିଥିଲେ l ସେମାନଙ୍କ ନୀତିଆଦର୍ଶ, ସତ୍ଯନିଷ୍ଠା ଓ କର୍ତ୍ତବ୍ଯବୋଧ ଉପରେ ଦଳର ବରିଷ୍ଠ ସଦସ୍ଯ ମତବ୍ଯକ୍ତ କରିଥିଲେ l