ତନରଡ଼ା ଅଷ୍ଟମ ବାଟାଲିୟନରେ ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ…

ଭଞ୍ଜନଗର(ନିଲୁ ବିଷୋୟୀ) : ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ବୁଧବାର ଭଞ୍ଜନଗର ତନରଡା ସ୍ଥିତ ଅଷ୍ଟମ ସ୍ବତନ୍ତ୍ର ସଂରକ୍ଷିତ ବାହିନୀ ପକ୍ଷରୁ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଓ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଅଷ୍ଟମ ସ୍ଵତନ୍ତ୍ର ସଂରକ୍ଷିତ ବାହିନୀର ଦୁର୍ଗପତି ବିଭୂତି ଭୂଷଣ ପରିଡା ଙ୍କ ନିର୍ଦ୍ଦେଶ କ୍ରମେ ଉପ ଦୁର୍ଗପତି ଲଲିତ କୁମାର ବାଘଙ୍କ ନେତୃତ୍ବରେ ଦୁର୍ଗ ପରିସରରେ ଅନୁଷ୍ଠିତ ଶିବିରକୁ ସୋରଡା ବିଧାୟକ ନିଳମଣୀ ବିଷୋୟୀ ମୁଖ୍ୟ ଅତିଥି ରୁପେ ଯୋଗଦେଇ ଉଦଘାଟନ କରିଥିଲେ । ଉକ୍ତ ଶିବିରରେ ଭଞ୍ଜନଗର ଓ ବେଲଗୁଣ୍ଠା ମେଡିକାଲରୁ ଆସିଥିବା ଅଭିଜ୍ଞଡାକ୍ତରମାନେ ଲୋକଙ୍କ ସ୍ବାସ୍ଥ୍ୟ ପରିକ୍ଷା କରିବା ସହ ଚିକିତ୍ସା କରିଥଲେ । ତନରଡା, ବାଦୁଆପଲ୍ଲୀ, ଗୁଡିପଲ୍ଲୀ ଓ ବାଣତୁମ୍ବୁ ଗ୍ରାମର ଶତାଧିକ ମହିଳା ଓ ପୁରୁଷ ସ୍ବାସ୍ଥ୍ୟ ଶିବିରରେ ଯୋଗଦେଇ ସ୍ବାସ୍ଥ୍ୟ ପରିକ୍ଷା କରିଥିଲେ । ଏହା ସହ ଅଷ୍ଟମ ସ୍ଵତନ୍ତ୍ର ସଂରକ୍ଷିତ ବାହିନୀ ପକ୍ଷରୁ ଦୁର୍ଗମ ଅଞ୍ଚଳରେ ଡ୍ୟୁଟି କରୁଥିବା ୫୦ ଜଣ ଯବାନ ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ । ଯବାନମାନଙ୍କ ଏହିଭଳି ମହାନ କାର୍ଯ୍ୟକୁ ବିଧାୟକ ଶ୍ରୀ ବିଷୋୟୀ ଉଚ୍ଚ ପ୍ରଶଂସା କରିବା ସହ ଧନ୍ୟବାଦ ଜଣାଇଥିଲେ । ସହକାରୀ ଦୁର୍ଗପତି ହେମନ୍ତ କୁମାର ଦାସ, ରଞ୍ଜିତ ବାର୍ଲା, ମନୋରଞ୍ଜନ ତରେଇ, ସନୋଷ କୁମାର ସାହୁ, ସପାକତ୍ ଖନ୍, ଅତିଶ କୁମାର ସାହୁଙ୍କ ସମେତ ନିରୀକ୍ଷକ ଶଙ୍କରଲାଲ୍ ପ୍ରଧାନ, ଧନୁର୍ଯୟ ପ୍ରଧାନ, ବିଜୟ କହ୍ନର, ଦାଶରଥି ସୋରେନ, ଚିତ୍ତ ରଞ୍ଜନ ସାହୁ, ଉପ ନିରୀକ୍ଷକ, ସୁଦର୍ଶନ ମହାକୁଡ଼, ରାଜକିଶୋର ସାମଲ, ବିବେକାନନ୍ଦ ଦାଶ, ବନବାସୀ ପାଣିଗ୍ରାହୀ, ଲକ୍ଷ୍ମୀକାନ୍ତ ନାୟକ, ଗିରିସ ଚନ୍ଦ୍ର ମାଝୀ, ସୁଜିତ୍ କୁମାର ବେହୁରା ଓ ଅନ୍ୟାନ୍ୟ କର୍ମଚାରୀ ଶିବିର ପରିଚାଳନା ରେ ସହଯୋଗ କରିଥିଲେ ।