ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚା କଳାହାଣ୍ଡି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ….

ଭବାନୀପାଟଣା(ତୁଳମଣି ନାଗ): ଭବାନୀପାଟଣା ଠାରେ ଥିବା ଭାରତୀୟ ଜନତା ପାର୍ଟିର ଜିଲ୍ଲା କାର୍ଯ୍ୟଳୟରେ ଭାରତୀୟ ଜନତା ପାର୍ଟିର ଅନୁସୂଚିତ ଜାତି ମୋର୍ଚ୍ଚା ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରି ବିଦେଶ ରାହୁଲ ଗାନ୍ଧୀ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଙ୍କ ସଂରକ୍ଷଣ ବିରୋଧରେ ମନ୍ତବ୍ୟ ରଖିଛନ୍ତି କଂଗ୍ରେସ ୫୭ ବର୍ଷ ଦେଶରେ ଶାସନ କରିଆସିଛନ୍ତି l ହେଲେ କେବେବି ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ସହିତ ପଛୁଆ ବର୍ଗ ମାନଙ୍କ ହିତ ପାଇଁ କୌଣସି କାମ କରିନାହାନ୍ତି । ଅନୁସୂଚିତ ଜାତି ଓ ଜନଜାତି ଏବଂ ପଛୁଆ ବର୍ଗ ମାନଙ୍କ ବିରୋଧରେ ହିଁ କାର୍ଯ୍ୟକଳାପ କରିଆସୁଛନ୍ତି l ଏବେ ମଧ୍ୟ ଦେଶର ବିରୋଧି ଦଳ ନେତା ହୋଇକି ବି ବେଦେଶରେ ନିଜ ଦେଶର ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିମାନଙ୍କ ସଂରକ୍ଷଣ ବିରୋଧରେ ମନ୍ତବ୍ୟ ରଖିଛନ୍ତି l ଏଣୁ ବିରୋଧି ଦଳ ନେତା ରାହୁଲ ଗାନ୍ଧୀଙ୍କ ତାଙ୍କ ଦଳ ଜାତିୟ କଂଗ୍ରେସକୁ ବିରୋଧ କରି ଆଜି ଭାରତୀୟ ଜନତା ପାର୍ଟିର ଅନୁସୂଚିତ ଜାତି ମୋର୍ଚ୍ଚା ଜିଲ୍ଲା ସଭାପତି ଗଣେଶ କୁମାର, ସାଧାରଣ ସମ୍ପାଦକ ତୋଫାନ ସୁନାନିଙ୍କ ନେତୃତ୍ୱରେ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ଆଗାମୀ ଦିନରେ ମଧ୍ୟ କଂଗ୍ରେସ ଏବଂ ରାହୁଲ ଗାନ୍ଧୀଙ୍କ ବିରୁଦ୍ଧରେ ଅନୁସୂଚିତ ଜାତି ମୋର୍ଚ୍ଚା ଜୋରଦାର ଆନ୍ଦୋଳନ କରିବ ବୋଲି କହିଛନ୍ତି ମୋର୍ଚ୍ଚା ସଭାପତି ଗଣେଶ କୁମାର l