ପଞ୍ଚାୟତରାଜ ଉଚ୍ଚ ବିଦ୍ୟାଳୟକୁ ବିଜ୍ଞାନ ବିଭାଗରେ ସଫଳତା…

କାମାକ୍ଷାନଗର(ସୌମ୍ୟରଞ୍ଜନ ନାୟକ): ପଞ୍ଚାୟତରାଜ ଉଚ୍ଚ ବିଦ୍ୟାଳୟ କାନପୁରାର ଛାତ୍ରଛାତ୍ରୀମାନେ ବିଜ୍ଞାନରେ ସଫଳତା ଆଣିଛନ୍ତି । ଦଶମ ଶ୍ରେଣୀର ଛାତ୍ରୀ ସ୍ୱାତିସ୍ୱାଗତିକା ମହାପାତ୍ର ଜିଲ୍ଲା ବିଜ୍ଞାନ କେନ୍ଦ୍ର ଠାରେ ଆୟୋଜିତ ଜିଲ୍ଲା ସ୍ତରୀୟ ବିଜ୍ଞାନ ସେମିନାରରେ ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟ ସ୍ତରୀୟ ପ୍ରୟିଯୋଗିତା ପାଇଁ ଉତ୍ତୀର୍ଣ୍ଣ ହୋଇଛନ୍ତି । ସେହିପରି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର ଠାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ବିଜ୍ଞାନ ନାଟକ ପ୍ରତିଯୋଗିତାରେ ଛାତ୍ରଛାତ୍ରୀମାନେ ଅଂଶ ଗ୍ରହଣ କରି ତୃତୀୟ ସ୍ଥାନ ଅଧିକାର କରି ବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି । ପ୍ରଧାନଶିକ୍ଷକ ଶ୍ରୀରାମ ରାଉତଙ୍କ ଦ୍ୱାରା ରଚିତ ନାଟକ ‘ଦୋସ୍ତ’ର ନିର୍ଦ୍ଦେଶକ ସମରେନ୍ଦ୍ର ନାୟକ ଶ୍ରେଷ୍ଟ ନିର୍ଦ୍ଦେଶକ ରୂପେ ପୁରସ୍କୃତ ହୋଇଛନ୍ତି । ଏହି ଅବସରରେ ସେମିନାର ପାଇଁ ସ୍ବାତୀସ୍ୱାଗତିକା ମହାପାତ୍ର, ବିଜ୍ଞାନ ନାଟକରେ ଅଂଶ ଗ୍ରହଣ କରିଥିବା କୁନି କଳାକାର ନର୍ମଦା ପ୍ରିୟାଦର୍ଶିନୀ ଦାସ, ସ୍ୱାତିସ୍ୱୟଂସିଦ୍ଧା ବ୍ରହ୍ମ, ପ୍ରାଚୀ ସାହୁ, ଲଷ୍ମୀପ୍ରିୟା ସାହୁ, ସ୍ମାରକୀ ସ୍ଵୟଂଶ୍ରଦ୍ଧା ସାହୁ, ସାଇସୋମ୍ୟା ଦାସ, ଅବିନାଶ ସାହୁ , ଶୁଭଙ୍କର ସାହୁ ତଥା ନିର୍ଦ୍ଦେଶକଙ୍କୁ ବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି l ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀରାମ ରାଉତ , ବିଦ୍ୟାଳୟ ପରିଚାଳନା କମିଟି, ଶିକ୍ଷକ ଶିକ୍ଷୟିତ୍ରୀ ଶୁଭେଚ୍ଛା ପ୍ରଦାନ କରିଛନ୍ତି ।