ଅନୁସନ୍ଧାନ ଭାରତ(ବ୍ୟୁର): ବାଲିଗୁଡ଼ା ଥାନା କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲା ସୀମାନ୍ତ ଲେଙ୍ଗୁରି ଓ କୁଟିଗୁଡ଼ା ନିକଟ ସମାଗାଁ ଜଙ୍ଗଲରେ ସିଆରପିଏଫ୍ ପକ୍ଷରୁ ଅପରେସନ୍ ସ୍ୟାଡୋ’ ଜରିଆରେ ସର୍ଚ୍ଚ ଅପରେସନ୍ କରାଯାଇ ଏକ ମାଓ କ୍ୟାମ୍ପ୍ ଠାବ କରାଯିବା ସହ ବହୁ ପରିମାଣର ମାଓ ସାମଗ୍ରୀ ଜବତ କରାଯାଇଛି I
ମାଓ କ୍ୟାମ୍ପରୁ ତିନୋଟି ଦେଶୀ ବନ୍ଧୁକ, ଆମୋନିୟମ୍ ନାଇଟ୍ରେଟ ୩ କେଜି, ଫ୍ଲେକ୍ସି ତାର ୧୦ ମିଟର, ଗୋଟିଏ ୧୦ ଲିଟିର ବିଫିନ କ୍ୟାରେଜ୍, ୨ଟି ସେଲୋ ଟେପ୍, ୨ଟି ୯ ଭୋଲ୍ ବ୍ୟାଟେରି, ଗୋଟିଏ ଛୁରୀ, ବହୁ ଔଷଧ ବଟିକା ଓ ମିଶିଞ୍ଜ, ୪ଟି ଦଉଡ଼ି, ରେଡ଼ିଓ, ପାଣି ବୋତଲ, ଦୁଇ ପ୍ୟାକେଟ ସର୍ପ, ସିଗାରେଟ୍, ପଲିଥିନ୍ ସିଟୁ ବ୍ୟାଗ୍ ଦୁଇଟି ଜବତ କରା ଯାଇଥିବା ସିଆରପିଏଫ୍ ବାଟାଲିୟନ୍ କମାଣ୍ଡାଣ୍ଟ ଆନନ୍ଦ ଝା ସୂଚନା ଦେଇଛନ୍ତି I ତେବେ ସର୍ଚ୍ଚ ଅପରେସନ ବେଳେ ମାଓବାଦୀ ଘଟଣାସ୍ଥଳ ଛାଡ଼ି ଚାଲି ଯାଇଥିବା ସୂଚନା ମିଳିଛି I ତିନିଜଣ ସନ୍ଦେହଜନକ ଭାବେ ବୁଲୁଥିବା ଦେଖିଥିଲେ I ସିଆରପିଏଫ୍ ଯବାନ ତାଙ୍କୁ ପିଛା କରିଥିଲେ ବି ସେମାନଙ୍କ ପତ୍ତା ପାଇନଥିଲେ I ଘଞ୍ଚ ଜଙ୍ଗଳ ମଧ୍ୟରେ ସେମାନେ ଖସି ପଳାଇଥିଲେ I ପାହାଡ଼ ଚଢ଼ି ଆଉ ଏକ ପାହାଡ଼କୁ ଯାଇ ସର୍ଚ୍ଚ ଅପରେସନ୍ କରିଥିଲେ ବି ମାଓବାଦୀ ଖସିଯିବାରେ ସଫଳ ହୋଇଥିଲେ I ପରେ ଯବାନ ଜଙ୍ଗଲରେ ଏହି ମାଓ କ୍ୟାମ୍ପ ଠାବ କରିଥିଲେ। କମାଣ୍ଡାଣ୍ଟ ଆନନ୍ଦ ଝାଙ୍କ ସୂଚନା ପ୍ରକାରେ ଏଠାରୁ ଏହି ମାଓ କ୍ୟାମ୍ପ୍ ଅନ୍ୟତ୍ର ସ୍ଥାନାନ୍ତର କରା ଯାଉଥିଲା, ନଚେତ ମାଓବାଦୀଙ୍କୁ ଏହି ସାମଗ୍ରୀ ଯୋଗାଣ ପାଇଁ ପ୍ରସ୍ତୁତି ଚାଲିଥିଲା I ସିଆରପିଏଫ୍ ଏବେ ମାଓ ଗତିବିଧିକୁ ଲକ୍ଷ୍ୟ ରଖିଥିବା ବେଳେ ଅପରେସନ୍ଙ୍କୁ ମଧ୍ୟ ଜୋର୍ଦାର୍ କରିଥିବା କୁହାଯାଇଛି I