ଲଗାଣ ବର୍ଷାରେ ଭାଙ୍ଗିଲା ଦେବବ୍ରତଙ୍କ ଘର ଜଳମଗ୍ନରୁ ଅଳ୍ପକେ ବଞ୍ଚିଲେ ଗୋଟିଏ ପରିବାର….

କାମାକ୍ଷାନଗର(ସୌମ୍ୟରଞ୍ଜନ ନାୟକ): ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଅନ୍ତର୍ଗତ ଅଁଳାକଟା ଗ୍ରାମରେ ଦୁଃଖ ଉପରେ ଲଲିତା ବିଡଡା l ଗୋଟିଏ ଗରିବ ପରିବାର ଉପରେ ଦାଉ ସାଜିଲା ଲଗାଣ ବର୍ଷା l ସୂଚନା ଯୋଗ୍ୟ ଯେ ଦେବବ୍ରତ ସାହୁ ଜଣେ ଦିନ ମଜୁରିଆ ଭାବରେ କାମକରନ୍ତି ଯାହା ପଇସା ମିଳେ ତେଳ ଲୁଣରେ ସଂସାର ବହୁ କଷ୍ଟେ ମଷ୍ଟେ ଚଳିଯାଆନ୍ତି l ପରିବାର କହିଲେ ତାଙ୍କର ସ୍ତ୍ରୀ, ଦୁଇଛୁଆ ଘର ଟିଏ କରିବାପାଇଁ ତାଙ୍କ ପାଖରେ ସେମିତି ଅର୍ଥ ନାହିଁ କି ସରକାର ତାଙ୍କୁ ଘର ଖଣ୍ଡିଏ ଦେଇନାହାନ୍ତି l ଘର ପାଇଁ ଦରଖାସ୍ତ ଦେଇଥିଲେ ମଧ୍ୟ ତାଙ୍କୁ ଘରଟିଏ ମିଳିପାରିଲା ନାହିଁ l ତେଣୁ ଭାଗ୍ୟକୁ ଆଦରି ମାଟି କାନ୍ଥର ଘରେ ରହି ଆସୁଥିଲେ କିନ୍ତୁ ଲଗାଣ ବର୍ଷାରେ ମାଟି କାନ୍ଥ ଭାଙ୍ଗି ଯାଇଥିଲା l ସରକାରଙ୍କୁ ଘରଟିଏ ପାଇଁ ଆକୁଳ ନିବେଦନ କରିଛନ୍ତି ପରିବାର ଲୋକେ ଏଥିପ୍ରତି ପରଜଙ୍ଗ ତହସିଲଦାର ଏବଂ ପରଜଙ୍ଗ ବିଡ଼ିଓ କେଉଁ ଦିନ ଦୃଷ୍ଟି ଦେବେ ତାହା ଦେଖିବାକୁ ବାକି ରହିଲା l