ଭଞ୍ଜନଗର(ନିଲୁ ବିଷୋୟୀ): ଭଞ୍ଜନଗର ନିର୍ବାଚନମଣ୍ଡଳୀ ଭାରତୀୟ ଜନତା ପାର୍ଟି ପକ୍ଷରୁ ସେବା ପକ୍ଷ ପାଳନ ଅବସରରେ ଡିହପଢାଳ ପଞ୍ଚାୟତରେ ଏକ ସ୍ବାସ୍ଥ୍ୟ ଶିବିର ଅନୁଷ୍ଠାନ ହୋଇଯାଇଛି । ସ୍ଥାନୀୟ କଲ୍ଯାଣ ମଣ୍ଡପରେ ଅନୁଷ୍ଠିତ ସ୍ବାସ୍ଥ୍ୟ ଶିବିରକୁ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମୁଖ୍ୟ ଅତିଥି ରୁପେ ଯୋଗଦେଇ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟର ବରିଷ୍ଠ ଡାକ୍ତର ସିମାଞ୍ଚଳ ଡାକୁଆ, ମେଡିକାଲ ପରିଚାଳକ ବିଚିତ୍ର କୁମାର ପାଣିଗ୍ରାହୀ, ଘୁମୁସର ଜିଲ୍ଲା ସାଧାରଣ ସମ୍ପାଦକ ନୀଳମାଧବ ପାତ୍ର, କୃଷକ ମୋର୍ଚ୍ଚା ସାଧାରଣ ସମ୍ପାଦକ ରବିନ୍ଦ୍ର କୁମାର ଗୌଡ, ଓବିସି ମୋର୍ଚ୍ଚା ସଭାପତି ମାନସ ଜେନା,ସମିତିସଭ୍ଯା କୁନି ବିଷୋୟୀ ପ୍ରମୁଖ ମଞ୍ଚାସୀନ ଥିଲେ। ଉକ୍ତ ଶିବିରରେ ଭଞ୍ଜନଗର ଉପଖଣ୍ଡ ମେଡିକାଲର ଡାକ୍ତର ଙ୍କ ସମେତ ସ୍ବାସ୍ଥ୍ୟ କର୍ମୀ ଉପସ୍ଥିତ ରହି ପଞ୍ଚାୟତ ର ଶତାଧିକ ମହିଳା ଓ ପୁରୁଷଙ୍କ ସ୍ବାସ୍ଥ୍ୟ ପରିକ୍ଷା କରିଥିଲେ । ଏହା ସହ ସେମାନଙ୍କୁ ମାଗଣାରେ ଔଷଧ ପ୍ରଦାନ କରାଯାଇଥିଲା ।