ରା.ଉଦୟଗିରି( ମିହିର ପ୍ରସାଦ ମାଳୀ): ଗଜପତି ଜିଲ୍ଲା ନୂଆଗଡ ପଞ୍ଚାୟତ ସମିତିର ଅଷ୍ଟମ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ସମିତି ଅଧ୍ୟକ୍ଷ୍ୟା ମାଳତୀ ପ୍ରଧାନଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ ଗତ ବୈଠକର ବିବରଣୀ ପାଠ ପରେ ନୂଆଗଡ ବ୍ଲକ୍ ଅନ୍ତର୍ଗତ ୧୯ ଗୋଟି ପଞ୍ଚାୟତର ସମସ୍ୟା ଗୁଡିକ ବିଷୟରେ ଆଲୋଚନା କରିଥିଲେ । ବିଭିନ୍ନ ବିଭାଗୀୟ ଅଧିକାରୀମାନେ ବୈଠକରେ ନିଜ ନିଜ ବିଭାଗର ସଫଳତା, କାର୍ଯ୍ୟରତ ବିଭିନ୍ନ ପ୍ରକଳ୍ପ ଏବଂ ଆଗାମୀ ଯୋଜନା ଗୁଡିକ ବିଷୟରେ ସମସ୍ତଙ୍କୁ ଅବଗତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଅଧ୍ୟଖ୍ୟା ମାଳତୀ ପ୍ରଧାନଙ୍କ ସମେତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲୋକନାଥ ଶବର, ଉପାଧ୍ୟକ୍ଷ୍ୟ ନିହିମିୟା ରଇତ, ଜିଲ୍ଲା ପରିଷଦ ସଦସ୍ୟ ରାଜୀବ ଦୋରା, ଯନ୍ତ୍ରୀ ପି.କେ ଦାସ, ସିଡିପିଓ ରାଜଶ୍ରୀ ପାତ୍ର, ବିଧାୟକ ପ୍ରତିନିଧି ପୁରୁଷୋତ୍ତମ ପାଣିଗ୍ରାହୀ ପ୍ରମୁଖ ମଞ୍ଚାସୀନ ଥିବାବେଳେ ସବୁ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟସଭ୍ୟା ତଥା ବ୍ଲକ୍ ପ୍ରଶାସନର ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ ଏବଂ ଜିପିଇଓ ନୃସିଂହ ଚରଣ ମିଶ୍ର କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ । ତେବେ ଉକ୍ତ ବୈଠକରେ ବାରମ୍ବାର ନିର୍ଦ୍ଦେଶ ସତ୍ତ୍ବେ କେତେକ ବିଭାଗର କୌଣସି ଅଧିକାରୀ ଯୋଗ ଦେଉ ନ ଥିବାରୁ କଡା କାର୍ଯ୍ୟାନୁଷ୍ଠାନ ନିମନ୍ତେ ସଦସ୍ୟମାନେ ସୁପାରିଶ କରିଥିବା ଦେଖିବାକୁ ମିଳିଥିଲା ।