ବହୁ ଦିନ ବ୍ୟବଧାନ ପରେ ଟିକାବାଲି ସମିତି ବୈଠକ ଅନୁଷ୍ଠିତ…..

ଟିକାବାଲି(ସାନୁଜ ବେହେରା): ଟିକାବାଲି ବ୍ଲକ ସମିତି କାର୍ଯ୍ୟାଳୟର ସଭାଗୃହ ଠାରେ ବହୁ ଦିନର ବ୍ୟବଧାନ ପରେ ଆଜି ସମିତି ଅଧ୍ୟକ୍ଷ ଶ୍ରୀ ଦିଲୀପ କହଁରଙ୍କ ଅଧ୍ୟକ୍ଷତାରେ ସମିତି ବୈଠକ ଅନୁଷ୍ଠିତ ହୋଇଛି | ଗ୍ରାମପଞ୍ଚାୟତ ଅଧିକାରୀ ପ୍ରଶାନ୍ତ ଦିଗାଳ ପ୍ରଥମେ ପୂର୍ଵ ବୈଠକର ବିବରଣୀ ପଠନ କରିଥିଲେ | ଟିକାବାଲି ସମିତି କାର୍ଯ୍ୟାଳୟ ଅଧୀନସ୍ଥ ସମସ୍ତ 11 ଗୋଟି ଗ୍ରାମପଞ୍ଚାୟତର ସରପଞ୍ଚ, ସମିତି ମେମ୍ବର ଏବଂ ବ୍ଲକର ସମସ୍ତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ | ସଭାରେ ବିଭିନ୍ନ ବିଭାଗର ଗୁରୁତ୍ୱ ପୂର୍ଣ୍ଣ ପ୍ରସଙ୍ଗକୁ ନେଇ ଆଲୋଚନା ଓ ପର୍ଯ୍ୟାଲୋଚନା ଅତି ରୋମାଞ୍ଚକ ଓ ଆକର୍ଷଣୀୟ ହୋଇଥିଲା l ଜନପ୍ରତିନଧିମାନେ ଵିଭାଗୀୟ ଅଧିକାରୀଙ୍କୁ ସରକାରୀ ଯୋଜନା ଉପରେ ପ୍ରଶ୍ନ ଉପରେ ପ୍ରଶ୍ନ ବର୍ଷା କରିଥିଲେ l ଯାହାକି ଅଧିକାରୀମାନେ ଉତ୍ତର ରଖିବାକୁ ବାଧ୍ୟ୍ୟ ହୋଇଥିବା ଜଣାପଡିଛି l ସମସ୍ତ ପ୍ରଶ୍ନକାଳ ମଧ୍ୟରେ ଅତି ଜୋର ଧରିଥିଲା ଶିଶୁଵିକାଶ ଯୋଜନାରେ ଅନିୟମିତତା, ଅଙ୍ଗନବାଡି କେନ୍ଦ୍ରରେ ପଚା ଅଣ୍ଡା ବଣ୍ଟନ, ଅତି ନିମ୍ମ ମାନର ଛତୁଆ ବଣ୍ଟନ, ବିଦ୍ୟୁତ ସଂଯୋଗୀ କରଣ, ପକ୍କାଘର, ପାନୀୟ ଜଳ , ସାମାଜିକ ସୁରକ୍ଷା ଯୋଜନା, ରାସନ କାର୍ଡରେ ନାମ ସଂଯୋଗ, ଆମ ଓଡିଶା ନବୀନ ଓଡିଶାରେ ପ୍ରତି ପଂଚାୟତକୁ ଆସିଥିବା 50 ଲକ୍ଷ ଟଙ୍କାର ଅନିୟମିତତାକୁ ନେଇ ମଧ୍ୟ ଆଜିର ଅଧିବେଶନର ମୁଖ୍ୟ ପ୍ରସଙ୍ଗ ହେବା ସହ ହୋ ହାଲ୍ଲା ହୋଇଥିବା ବେଳେ ପାନୀୟ ଜଳ ପାଇଁ ମେଘା ପ୍ରକଳ୍ପ କଥା ବି ଜୋର ଧରିଥିଲା l ଏହା ସହିତ ଶିକ୍ଷା ସ୍ୱାସ୍ଥ୍ୟ, କୃଷି ରାସ୍ତାଘାଟ, ପଶୁପାଳନ, ଜଳସେଚନ, ଉପରେ ଦେଖା ଯାଉଥିବା ସମସ୍ୟା ଉପରେ ଉପସ୍ଥିତ ଜନପ୍ରତିନିଧିମାନେ ବିଭାଗୀୟ ଅଧିକାରୀଙ୍କୁ ଯେପରି ଗ୍ରହଣ କରିବେ ଏବଂ ତାର ଆଶୁସମାଧାନ କିପରି କରିବେ ଏବଂ ସ୍ଥାନୀୟ ଜନପ୍ରତିନିଧିଙ୍କୁ ଯେପରି ଆଗାମୀ ସମସ୍ତ କାର୍ଯ୍ୟକ୍ରମରେ ଅଣଦେଖା କରିବେନି ସେ ନେଇ ଏକ ଗୁରୁତ୍ୱ ପୂର୍ଣ୍ଣ ଆଲୋଚନା ହୋଇଛି l ଏହି ବୈଠକରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ଘୁ.ଉଦୟଗିରି ନିର୍ବାଚନ ମଣ୍ଡଳୀର ବିଧାୟକ ଶ୍ରୀ ପ୍ରଫୁଲ ଚନ୍ଦ୍ର ପ୍ରଧାନ, ଗୋଷ୍ଠୀଉନ୍ନୟନ ଅଧିକାରୀ ହୃଦରଞ୍ଜନ ସାହୁ, ତହସିଲଦାର ନର୍ମଦା ନାୟକ, ଜିଲ୍ଲା ପରିଷଦ ଉପାଦଖ୍ୟା ସାଧଵାଣି ନାୟକ, ପ୍ରଶ୍ମିତା ପ୍ରଧାନ, ତତ୍କାଳୀନ ବିଧାୟିକା ଅଜୟନ୍ତୀ ପ୍ରଧାନ ସମେତ ସମସ୍ତ ବିଭାଗୀୟ ଅଧିକାରୀ ଯୋଗ ଦେଇଥିଲେ l