ଶ୍ରୀମନ୍ଦିରରେ ବ୍ୟବହାର ହେଉଥିବା ଘିଅର ମାନ ଯାଞ୍ଚ ହେବ – ଜିଲ୍ଲାପାଳ….

ପୁରୀ(ମାନସ କୁମାର ଦାସ): ପୁରୀ ଶ୍ରୀମନ୍ଦିରରେ ବ୍ୟବହାର ହେଉଥିବା ଘିଅର ମାନ ଯାଞ୍ଚ ହେବ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ କୋଠ ଭୋଗ, ବରାଦି ଭୋଗ ଓ ଅନ୍ୟାନ୍ୟ ଭୋଗରେ ଘିଅ ବ୍ୟବହୃତ ହୁଏ । ବ୍ୟବହୃତ ହେଉଥିବା ଘିଅର ମାନ ଯାଞ୍ଚ ହେବ ବୋଲି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ମଙ୍ଗଳବାର ସୂଚନା ଦେଇଛନ୍ତି । ଏନେଇ ଓମ୍‌ଫେଡ୍‌ ଓ ଅନ୍ୟ ସଂସ୍ଥା ସହ ଆଲୋଚନା କରିବୁ । ଏକ ମାନଯୁକ୍ତ ଘିଅ ଯୋଗାଣ ନେଇ ଆମେ ଆଲୋଚନା କରିବୁ । ଆବଶ୍ୟକ ପଡିଲେ ମହାପ୍ରସାଦ ଓ ଦୀପରେ ବ୍ୟବହୃତ ଘିଅ ମାନ ମଧ୍ୟ ଯାଞ୍ଚ ହେବ ବୋଲି ଜିଲ୍ଲାପାଳ କହିଛନ୍ତି । ତିରୁପତି ମନ୍ଦିରରେ ପ୍ରସାଦ ଲଡୁରେ ପଶୁ ଚର୍ବି ଓ ମାଛ ତେଲ ମିଶ୍ରଣ ହେବା ଅଭିଯୋଗ ଆସିବା ପରେ ବିଭିନ୍ନ ସ୍ଥାନରେ ପ୍ରଶାସନର ତତ୍ପରତା ଦେଖିବାକୁ ମିଳିଛି l