ବିଭିନ୍ନ ଦାବୀକୁ ନେଇ କାମାକ୍ଷାନଗରରେ ରାଲି ଓ ଗଣଧାରଣା…

କାମାକ୍ଷାନଗର(ସୌମ୍ୟରଞ୍ଜନ ନାୟକ): ମିଳିତ ଆଦିବାସୀ ସଂଘର୍ଷ ମଞ୍ଚ ଢେଙ୍କାନାଳ ଜିଲ୍ଲା ସ୍ଥିତ ତିନୋଟି ବ୍ଲକର ଆଦିବାସୀମାନେ ଏକତ୍ରୀତ ହୋଇ ନିଜର ଅଧିକାର ସାବ୍ୟସ୍ତ କରିବାପାଇଁ ରାଲିରେ ବାହାରି ଥିଲେ l କାମାକ୍ଷାନଗର, ପର୍ଜଙ୍ଗ ଓ କଙ୍କଡ଼ାହାଡର ଏହି ସଂଗଠନର ଲାଲ୍ ମୋହନ ମୁର୍ମୁ, ସାଲୁଖ ମୁର୍ମୁ,ଗଙ୍ଗାଧର ପୂର୍ତି, ଶୋଭନ ମାରାଣ୍ଡି ଓ ନାଉରୀ ସୁଣ୍ଢି ପ୍ରମୁଖ ଙ୍କ ଆହ୍ବାନରେ ଜିରିଡାମାଳି ଠାରୁ ଏହି ରାଲିବାହାରି କାମାକ୍ଷାନଗର ବଜାର ଦେଇ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚିଥିଲେ l ବିଭିନ୍ନ ନାରାବାଜି ସହ ସ୍ଲୋଗାନ ଦେଇଥିଲେ l ଜଙ୍ଗଲ ଜମି ଅଧିକାର ସ୍ବିକୃତୀ ଆଇନ୨୦୦୬ ଓ ସଂଶୋଧିତ ନିୟମାବଳୀ ୨୦୧୩,ମୋ ଜଙ୍ଗଲ ଜମି ଯୋଜନା ସଠିକ୍ କାର୍ଯ୍ୟକାରିତା,ଭୂମିହିନଙ୍କୁ ଘରଡିହ ପଟ୍ଟା, ଆଦିବାସୀ ବସ୍ତି ଗୁଡିକରେ ବିଶୁଦ୍ଧପାନୀୟ ଜଳ ଯୋଗାଣ,ରାସ୍ତା ନିର୍ମାଣ ଭଳି ଦାବୀ ପାଇଁ ରାଲି ରେ ବାହାରିଥିଲେ l ଏ ସଂପର୍କରେ ଏକ ଦାବୀ ପତ୍ର ଉପଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ ।