ଆରା ଉଦୟଗିରି ଠାରେ ସୁଭଦ୍ରା ସ୍ବାଗତ ପଦଯାତ୍ରା ଅନୁଷ୍ଠିତ….

ଆରା.ଉଦୟଗିରି (ମିହିର ପ୍ରସାଦ ମାଳୀ): ଗଜପତି ଜିଲ୍ଲା ଆରା ଉଦୟଗିରି ଠାରେ ସୁଭଦ୍ରା ସ୍ବାଗତ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଅଛି । ଏହି ପଦଯାତ୍ରା ସ୍ଥାନୀୟ ବ୍ଲକ ଠାରୁ ବାହାରି ସ୍ଥାନୀୟ କଲ୍ୟାଣ ମଣ୍ଡପ ପର୍ଯ୍ୟନ୍ତ ୫୦୦ରୁ ଉର୍ଦ୍ଧ ବିଭିନ୍ନ ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କ ଉପସ୍ଥିତରେ ବିଶାଳ ପଦଯାତ୍ରା ସହ ହିତାଧିକାରୀଙ୍କୁ ଡାକଯନ୍ତ୍ର ଓ ନାରାବାଜି ସହ ସଚେତନତା କରଯାଇଥିଲା । ପଦଯାତ୍ରା ପରେ ପରେ କଲ୍ୟାଣ ମଣ୍ଡପ ଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା l ଏଥିରେ ସିଡିପିଓ ଲଳିତା ପୂଜାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୂଖ୍ୟ ଅତିଥି ଭାବେ ବିଡିଓ ଲରିମନ ଖର୍ସଲ, ସମ୍ମାନୀୟ ଅତିଥି ଭାବେ ବିଏସଏସଓ ଅରୁଣ ଉଦୟ ଭାନୁ, ଜିଲ୍ଳାପରିଷଦ ଦଣ୍ଡପାଣି ବଡମୁଣ୍ଡି, ସ୍ଥାନୀୟ ସରପଞ୍ଚ ଜାମେଶ ରାଇକା, ବିଏଲସି ଦେବସ୍ମିତା ଲେଙ୍କା, ବିଏଲଏଫ ସଭାପତି ଅନିତା ଦାସ ଓ ସ୍ବୟଂ ସହାୟକ ଗୋଷ୍ଠୀ ମୁଖ୍ୟ ସଦସ୍ୟ ପ୍ରମୁଖ ଯୋଗଦେଇଥିଲେ ଓ ସୁଭଦ୍ରା ଯୋଜନାର ହିତାଧିକାରୀ ମହିଳାମାନଙ୍କୁ ସଚେତନତାର ବାର୍ତ୍ତା କିପରି ପହଞ୍ଚି ପାରିବ ସେ ବିଷୟରେ ସମସ୍ତ ଅତିଥିମାନେ କହିଥିଲେ । ଆଜିର ଏହି ସୁଭଦ୍ରା ସ୍ବାଗତ ପଦଯାତ୍ରାର ଉଦ୍ଦେଶ୍ୟ ହିତାଧିକାରୀଙ୍କୁ ଘରେ ଘରେ ସୁଭଦ୍ରା ଯୋଜନାର ବାର୍ତ୍ତା ପହଞ୍ଚାଇବା ଓ ସରକାରଙ୍କ ନିର୍ଦ୍ଦେଶ ମୁତାବକ ସୂଚନା, ଶିକ୍ଷା ଓ ସଞ୍ଚାର ଜରିଆରେ ବିଭିନ୍ନ ମାଧ୍ୟମରେ ପ୍ରଚାର ପ୍ରସାର କରିବା । ଏହି କାର୍ଯ୍ୟକ୍ରମରେ ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା, ସିଆରପି, କୃଷିମିତ୍ର ତଥା ମିଶନ ଶକ୍ତି ମହିଳା ସଦସ୍ୟ ଉପସ୍ଥିତ ଥିବା ବେଳେ ମନୋରଞ୍ଜନ ଲାଗି ଭଜନ ଓ ନୃତ୍ୟ ମଧ୍ୟ ପରିବେଷଣ କରାଯାଇଥିଲା । ସ୍ଥାନୀୟ ମିଶନ ଶକ୍ତି ବିଭାଗର ବିପିସି ବସନ୍ତ କୁମାର ବଡମୁଣ୍ଡି ଏହି ସମସ୍ତ ଆୟୋଜନ ଓ ପରିଚାଳନ କରିଥିଲେ ।