ପୁରୀ(ମାନସ କୁମାର ଦାସ): ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ପରଜାପଡା ପଞ୍ଚାୟତର ପଇଲିଢିପ ସ୍ଥିତ ଭଗବତୀ ସରସ୍ବତୀ ବିଦ୍ୟାମନ୍ଦିରର ନିଟ ପରୀକ୍ଷାରେ ଉତ୍ତୀର୍ଣ୍ଣ କୃତି ଛାତ୍ରୀଙ୍କୁ ବିଦ୍ୟାଳୟ ପକ୍ଷରୁ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧନା କରାଯାଇଛି । କୃତି ଛାତ୍ରୀଙ୍କ ବାପା ଜଣେ ଅଟୋ ଡ୍ରାଇଭର ଭାବେ କାର୍ଯ୍ୟ କରନ୍ତି । ମଧୁସ୍ମିତା ବିଶ୍ବାଳ ପ୍ରଥମରୁ ଅଷ୍ଟମ ଭଗବତୀ ସରସ୍ବତୀ ଶିଶୁମନ୍ଦିର ପଇଲିଢିପ, ନବମରୁ ଦଶମ-ପାରକେଣା ଉଚ୍ଚ ବିଦ୍ୟାଳୟ, +2 ବିଜ୍ଞାନ ସ୍ବାଧୀନ ରେସିଡେନ୍ସିଆଲ ନିମାପଡା ଓ ନୟାପଲ୍ଲୀ, ଭୁବନେଶ୍ୱର ନିଟ କୋଚିଂ-ଶ୍ରୀ ବିନାୟକ କ୍ଲାସେସ ନିଟ ସେଣ୍ଟରରେ ନେଟ ମାର୍କ ୬୫୧ ରଖି ସର୍ବ ଭାରତୀୟ ସ୍ତରରେ Rank- 25438 କୃତିତ୍ୱ ଅର୍ଜନ କରିବା ସହ ସ୍କୁଲର ମେଧାବୀ ଛାତ୍ରୀ ଭାବେ ସମ୍ବର୍ଦ୍ଧିତ କରାଯାଇଥିଵାର ସୂଚନା ରହିଛି । ବିଦ୍ୟାଳୟ ପ୍ରମୁଖ ଚିତ୍ରସେନ ମହାରଣାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ପରଜାପଡା ସରପଞ୍ଚ ଗୋପାଳ ଚନ୍ଦ୍ର ମିଶ୍ର, ଉତ୍କଳ ମଣି ଗୋପବନ୍ଧୁ ହାଇସ୍କୁଲ ନୂଆସନ୍ଥର ବିଜ୍ଞାନ ଶିକ୍ଷକ ବିଶ୍ବଭୂଷଣ ସ୍ବାଇଁ ଯୋଗ ଦେଇ କାର୍ଯ୍ୟକ୍ରମ ଉଦଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଭଗବତୀ ସରସ୍ବତୀ ବିଦ୍ୟାମନ୍ଦିର ପ୍ରଧାନ ଆଚାର୍ଯ୍ୟ(ଉପଦେଷ୍ଟା) ସୁଦାମ ବାରିକ, ପ୍ରଣୟିନୀ ମିଶ୍ର, ସୋନାଲି ମିଶ୍ର, ରଶ୍ମିରଞ୍ଜିତା ବାରିକ, ଲକ୍ଷ୍ମୀଲଳିତା ପ୍ରଧାନ, ମଧୁସ୍ମିତା ସାହୁ ମିନତୀ ମାଠ ପ୍ରମୁଖ ଉପସ୍ଥିତ ରହି କୃତିତ୍ବ ଅର୍ଜନ କରିଥିବା ଛାତ୍ରୀଙ୍କୁ ମାନପତ୍ର ଦେଇ ଆହୁରି ଆଗକୁ ଏଭଳି କୃତିତ୍ୱ ଅର୍ଜନ କରନ୍ତୁ ବୋଲି ଶୁଭେଚ୍ଛା ଜଣାଇଥିଲେ । କୃତି ଛାତ୍ରୀଙ୍କ ବାପା ପ୍ରଫୁଲ ବିଶ୍ୱାଳ ଜଣେ ଅଟୋ ଚାଳକ ହୋଇ ଥିବା ବେଳେ ମାଁ ଝୁନାମଣୀ ବିଶ୍ୱାଳ ଗୃହିଣୀ ଅଟନ୍ତି l