ରା.ଉଦୟଗିରି( ମିହିର ପ୍ରସାଦ ମାଳୀ ): ଗଜପତିଜିଲ୍ଲା ରା.ଉଦୟଗିରି ବ୍ଲକ ଅନ୍ତର୍ଗତ କେ ଏମ ଭାଲିଆ ସାହି ସରକାରୀ ଉଚ୍ଚ ବିଦ୍ୟାଳୟ, ଠାରେ ହିନ୍ଦୀ ଦିବସ ମହାଆଡମ୍ବରରେ ପାଳିତ ହୋଇଯାଇଛି I ହିନ୍ଦୀ ଦିବସ ଅବସରରେ ବିଦ୍ୟାଳୟର ହିନ୍ଦୀ ଶିକ୍ଷୟତ୍ରୀ ସୁଶ୍ରୀ ରବିନା ଦାସଙ୍କ ତତ୍ବାବଧାନ ଏବଂ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ରାମଚନ୍ଦ୍ର ଦଳବେହେରାଙ୍କ ସଭାପତିତ୍ବରେ ଏକ ବୈଠକ ଆୟୋଜନ କରାଯାଇଥିଲା I କାର୍ଯ୍ୟକ୍ରମର ପ୍ରାରମ୍ଭରେ ମହାପ୍ରଭୁ ଜଗନ୍ନାଥଙ୍କ ବିଗ୍ରହରେ ପୁଷ୍ପ ମାଲ୍ୟ ଅର୍ପଣ କରି ପ୍ରଦୀପ ପ୍ରଜ୍ଜଳନ କରାଯାଇଥିଲା ଏବଂ ଏହି ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ର ଶୁଭପ୍ରଦ ଶିଅଳ ଜଗନ୍ନାଥଅଷ୍ଟକମ୍ ମନ୍ତ୍ର ପାଠ କରିଥିଲେ । ଏଥି ସହ ଛେଳିଗଡ଼ ଉଚ୍ଚ ବିଦ୍ୟାଳୟର ହିନ୍ଦୀ ଶିକ୍ଷକ ଶ୍ରୀଯୁକ୍ତ ବଦ୍ରିନାଥ ଦାସ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ସଭାର ଉତ୍ସାହକୁ ଦ୍ବିଗୁଣିତ କରାଇଥିଲେ ଏବଂ ମୁଖ୍ୟ ବକ୍ତା ଭାବେ ଉକ୍ତ ବିଦ୍ୟାଳୟର କଳା ଶିକ୍ଷକ ଶ୍ରୀଯୁକ୍ତ ଯୁଧିଷ୍ଠିର ପାଇକ ଅତି ସୁନ୍ଦର ଭାବେ ନିଜର ବକ୍ତବ୍ୟ ରଖିଥିଲେ ଏବଂ ଭାରତର ସ୍ବର୍ଣ୍ଣିମ ଇତିହାସରେ ହିନ୍ଦୀ ଭାଷାରର ଭୂମିକା ଏବଂ ବର୍ତମାନ ଯୁଗରେ ଏହାର ପ୍ରଭାବ ଏହି ସଭାର ମୁଖ୍ୟ ବିଷୟବସ୍ତୁ ଥୂଲା I ଉକ୍ତ କାର୍ଯ୍ୟକ୍ରମ କ୍ରମରେ ଛାତ୍ରଛାତ୍ରୀମାନେ ଭାଷଣ ଓ ସଂଗୀତ ମାଧ୍ୟମରେ ହିନ୍ଦୀ ଭାଷା ପ୍ରତି ଥିବା ସେମାନଙ୍କ ରୁଚି ଓ ଆଗ୍ରହକୁ ସଭା ସଦଗଣ ଆଗରେ ଅବଗତ କରାଇଥିଲେ I ଏଥି ସହ ବିଦ୍ୟାଳୟର ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟତ୍ରୀମାନେ ମଧ୍ୟ ହିନ୍ଦୀ ଭାଷାର ମହତ୍ବକୁ ନିଖୁଣ ଭାବେ ପ୍ରତିପାଦନ କରିଥିଲେ I ହିନ୍ଦୀ ଦିବସ ଉପଲକ୍ଷେ ହୋଇଥିବା ଏହି ଭାଷାର ପ୍ରାଚୁର୍ଯ୍ୟ ଓ ରାଷ୍ଟ୍ର ଭାଷାର ମହତ୍ୱକୁ ପ୍ରତି ପାଦନ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିବା ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟ ତରଫରୁ ପୁରସ୍କୃତ କରାଯାଇଥିଲା l ଉକ୍ତ ବୈଠକରେ ଅଂଶଗ୍ରହଣ କରିଥିବା ଶିକ୍ଷକ ଶିକ୍ଷୟତ୍ରୀ ଓ ସମସ୍ତ ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ଛୋଟିଆ କେକ୍ କାଟିବାର ଆୟୋଜନ ମଧ୍ୟ କରାଯାଇଥିଲା ଏବଂ ସମସ୍ତଙ୍କୁ ଚକଲେଟ ଏବଂ ମିଠା ବଣ୍ଟନ କରାଯାଇ ପରିଶେଷରେ ଏହି କାର୍ଯ୍ୟକ୍ରମକୁ ସହଯୋଗ କରିଥିବା ସମସ୍ତ ସହକର୍ମୀ ଛାତ୍ରଛାତ୍ରୀମାନଙ୍କୁ ଉକ୍ତ ବିଦ୍ୟାଳୟର ଆର୍ଟ୍ସ ଶିକ୍ଷୟତ୍ରୀ ସୁଶ୍ରୀ ସଙ୍ଗୀତା କୁମାରୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ଏବଂ କାର୍ଯ୍ୟକ୍ରମର ଶେଷରେ ପ୍ରଧାନ ଶିକ୍ଷକଙ୍କ ଦ୍ବାରା ଉକ୍ତ ସଭାକୁ ପରିସମାପ୍ତି କରାଯାଇଥିଲା I