ନୂଆପଡା(ବିରବଲ ପ୍ରଧାନ): ନୂଆପଡା ଜିଲ୍ଳାରେ ସୁଭଦ୍ରା ଯୋଜନାର କାର୍ଯ୍ୟକାରିତା ଜନ ସେବା କେନ୍ଦ୍ରମାନଙ୍କରେ କିଭଳି ହେଉଛି ଏହା ନିରୀକ୍ଷଣ କରିବା ପାଇଁ ଜିଲ୍ଲପାଳ ମଧୁସୂଦନ ଦାଶ ଆଜି ହଠାତ ଖରିଆରରୋଡ ଏନଏସି ସ୍ଥିତ କିଛି କମ୍ପୁଟର କେନ୍ଦ୍ର ନିରୀକ୍ଷଣ କରିଥିଲେ l ଏହି ଅବସରରେ ସେଠାରେ ଉପସ୍ଥିତ ମହିଳା ହିତାଧିକାରୀମାନଙ୍କୁ ସେମାନେ ନିଶୁଳ୍କ ଭାବରେ ଏହି ସେବା ପାଉଛନ୍ତି କି ନାହିଁ ପଚାରି ବୁଝିଥିଲେ ଓ ସୁଭଦ୍ରା ଯୋଜନା ସମ୍ପର୍କରେ ବୁଝାଇଥିଲେ l ମହିଳାମାନେ ଜିଲ୍ଳା ପ୍ରଶାସନ ସହାୟତାରେ ସୁଭଦ୍ରା ଆବେଦନ ବେଶ ଆରାମରେ କରି ପାରୁଛନ୍ତି ବୋଲି ଜିଲ୍ଲାପାଳଙ୍କୁ କହିଥିଲେ l ଆଜି ଏହି ପରିଦର୍ଶନ ସମୟରେ ଜିଲ୍ଳା ଇ ଶାସନ ପରିଚାଳକ ବୀରେନ୍ଦ୍ର ସିଂହ ଦଣ୍ଡସେନା ଓ ଜିଲ୍ଳା ପରିଚାଳକ ଜନସେବା କେନ୍ଦ୍ର ଦେବାଶିଷ ପାଢ଼ୀ ଉପସ୍ଥିତ ଥିଲେ l