ଭଞ୍ଜନଗର(ନିଲୁ ବିଷୋୟୀ): ମୁଜାଗଡ଼ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସବଜୋନ ସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡା ପ୍ରତିଯୋଗିତା ବିଦ୍ୟାଳୟ ଅଧକ୍ଷା ବୈଜନ୍ତିମାଳା ପ୍ରିୟଦର୍ଶିନୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ପ୍ରାକ୍ତନ ପ୍ରଧାନଶିକ୍ଷକ ତଥା ଶିକ୍ଷକନେତା ସନ୍ତୋଷ କୁମାର ଜେନା ଆନୁଷ୍ଠାନିକ ଭାବେ କ୍ରୀଡା ପତାକାକୁ ଉତ୍ତୋଳନ କରି କ୍ରୀଡ଼ାବିତଙ୍କ ଠାରୁ ଅଭିବାଦନ ଗ୍ରହଣ କରିଥିଲେ । ସହଗୋଷ୍ଠୀ ଶିକ୍ଷାଧିକାରୀ ଗଜେନ୍ଦ୍ର କୁମାର ସେଠି, ପ୍ରଧାନଶିକ୍ଷକ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, କେଦାରନାଥ ସେଠି, କାଳିଚରଣ ପରିଡା, ଆଦିତ୍ୟ ପ୍ରସାଦ ତ୍ରିପାଠୀ, ରବୀନ୍ଦ୍ର ନାଥ ପାଳ, ପ୍ରଶାନ୍ତ କୁମାର ପ୍ରଧାନ ଅତିଥି ଭାବେ ଯୋଗଦେଇ କ୍ରୀଡାର ଉପଯୋଗୀତା, ଶିକ୍ଷା ସହ କ୍ରୀଡାର ସମ୍ପର୍କ ଉପରେ ବକ୍ତବ୍ୟ ରଖିଥିଲେ । ଏଥିରେ ଦୌଡ଼, ସଟପୁଟ, ଡିସ୍କସ, ଜାଭଲିନ, ଉଚ୍ଚା, ଲମ୍ବାଡିଆଁ, ଖୋକ, କବାଡି ଓ ଯୋଗାସନ ଆଦି ଅନୁଷ୍ଠିତ ହୋଇଥିଲା । ଏଥିରେ ୮ ଟି କ୍ଲଷ୍ଟରରୁ ୧୭୨ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସିଆରସିସି ମୋହନ ସାହୁ, ଦୁତିକୃଷ୍ଣ ଲେଙ୍କା, ବିଭୂପ୍ରସାଦ ମହାପାତ୍ର, ସୁଲଗ୍ନା ସୁଆର ଓ ସୁଶାନ୍ତ କୁମାର ସାହୁ ଯୋଗ ଦେଇଥିବା ବେଳେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀ ସହଯୋଗ କରିଥିଲେ । ବରିଷ୍ଠ କ୍ରୀଡା ଶିକ୍ଷକ ପ୍ରଶାନ୍ତ କୁମାର ଦାସ, ମୋଚିରାମ ରଣସିଂହ, ସୁବାସ ଚନ୍ଦ୍ର ଗୌଡ଼ ଓ ପ୍ରବୀଣ କୁମାର ଖାଡ଼ଙ୍ଗା କ୍ରୀଡା ଶିକ୍ଷକ, ଶିକ୍ଷୟିତ୍ରୀ କ୍ରୀଡା ପରିଚାଳନା କରିଥିଲେ ।