ମାଁ ମାଣିକେଶ୍ଵରୀ ବିଜୟ ଛତର ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ….

ଭବାନୀପାଟଣା(ତୁଳମଣି ନାଗ): କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଠାରେ ଥିବା ଜିଲ୍ଲାର ପ୍ରସିଦ୍ଧ ଇଷ୍ଟ ଦେବୀ ମାଁ ମାଣିକେଶ୍ଵରୀଙ୍କ ବିଜୟ ଛତର ଯାତ୍ରା ଲକ୍ଷ ଲକ୍ଷ ଦର୍ଶକଓ ଶ୍ରଦ୍ଧାଳୁଙ୍କ ଭିଡ଼ରେ ମାଙ୍କ ବିଜୟ ଛତର ଯାତ୍ରା ଜେନାଖାଳ ଠାରୁ ବାହାରି ମା ମାଣିକେଶ୍ଵରୀ ମନ୍ଦିରକୁ ପ୍ରତ୍ୟେକ ବର୍ଷ ଆସନ୍ତି । ସେହି ଭୋଳି ୨୦୨୪ ଅକ୍ଟୋବର ୧୧ ତାରିଖ ରାତି ୩ ଘଣ୍ଟା ୩୦ ମିନିଟ ସମୟରେ ମାଙ୍କ ଛତର ମାଣିକେଶ୍ଵରୀ ମନ୍ଦିରରୁ ବାହାରି  ଜେନାଖାଲକୁ ଯିବେ ।  ଭୋର ସକାଳ ୬ ଘଣ୍ଟା ସମୟରେ ମାଙ୍କ ବିଜୟ ଛତର ଜେନାଖାଲ ଠାରୁ ବାହାରି ଲକ୍ଷ ଲକ୍ଷ ଭକ୍ତଙ୍କ ଓ ଶ୍ରଦ୍ଧାଳୁ, ମାନସିକ ଧାରି ମାଙ୍କ ଭିଡ ଭିତରେ ମା ମାଣିକେଶ୍ଵରୀ ମନ୍ଦିରକୁ ୧୧ ଘଣ୍ଟା ସମୟରେ ପ୍ରବେଶ କରିବା ସମୟ ଧାର୍ଯ୍ୟ ହୋଇଥିବା ବେଳେ । ଆଜି  ଜିଲ୍ଲାପାଳ କାର୍ଯ୍ୟାଳୟ ସଭଗୃହରେ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶଙ୍କ ଅଧ୍ୟକ୍ଷତାରେ ମା ମାଣିକେଶ୍ଵରୀ ବିଜୟ ଛତର ଯାତ୍ରା କିଭୋଳୀ ଭାବରେ ଶାନ୍ତି ଶୃଙ୍ଖଳା ଓ ସୁରୁଖୁରୁରେ ହେବ ତାକୁ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଉକ୍ତ ବୈଠକରେ ଲୋକସଭା ସାଂସଦ ମାଳବିକା ଦେବୀଙ୍କ ସମେତ  ବିଭିନ୍ନ ବୀଭାଗ୍ୟ ଅଧିକାରୀ ଓ ସମାଜ ସେବୀ, ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିବା ବେଳେ  ମାଙ୍କ ବିଜୟ ଛତର ଯାତ୍ରା ଆସିବା ରାସ୍ତାକୁ ତୁରନ୍ତ ମରାମତି କରିବା ପାଇ  NH ବିଭାଗ ଓ R&D, ମ୍ୟୁନିସିପାଲଟିଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଆଇନ୍ ଶାନ୍ତି ଶୃଙ୍ଖଳା ପାଇଁ ଜିଲ୍ଲାପୁଲିସ ପ୍ରଶାସନକୁ ଏବଂ  ପାଣି ଯୋଗାଇବା  ଓ ରାସ୍ତା ସଫାସୁତୁରା ପାଇ PHD ଓ ମ୍ୟୁନିସିପାଲଟିକୁ  ସେହି ଭୋଳି ଜିଲ୍ଲାର ବିଭିନ୍ନ ବିଭାଗ୍ୟ ଅଧିକାରୀମାନେ ନିଜ ନିଜ ଦାୟିତ୍ଵ ନିର୍ବାହ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି କଳାହାଣ୍ଡି ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ।