ରାଇରଙ୍ଗପୁର(ଉତ୍ତମ ରାମ) : ଭାରତୀୟ ଜୀବନବୀମା ଏଜେଣ୍ଡସ୍ ନିଗମ ( ଲିଆଫି 64 ) ଆନୁକୂଲ୍ୟରେ ରାଇରଙ୍ଗପୁର ଏଲ୍ ଆଇ ସି ଶାଖା ଏଜେଣ୍ଟସ୍ ମାନଙ୍କ ଦ୍ବାରା ଚବିଶିତମ ବାର୍ଷିକ ସାଧାରଣ ଅଧିବେଶନ ସ୍ଥାନୀୟ ପିସିଏମ କଲ୍ୟାଣମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ସମ୍ମାନିତ ଅତିଥି ଭାବେ କଟକ ଡିଭିଜନ ସଭାପତି ସପନ କୁମାର ମହାନ୍ତି, ସଂପାଦକ ରମେଶ ଚନ୍ଦ୍ର ପାଣି, ରାଇରଙ୍ଗପୁର ଶାଖା ସଂଘର ସଭାପତି ସତ୍ୟବ୍ରତ ନନ୍ଦ, ଉପସଭାପତି ବିଷ୍ଣୁ ଅଗ୍ରୱାଲ, ସଂପାଦକ ସରୋଜ କୁମାର ମହାକୁଡ, ସହସଂପାଦକ ପ୍ରତାପ ଚନ୍ଦ୍ର ସାମଲ, କୋଷାଧ୍ୟକ୍ଷ ହରେରାମ ପଢିହାରୀ, ଗଣେଶ୍ବର ବାରିକ ଓ ସଂଗଠନ ସଂପାଦକ ମନୋଜ କୁମାର ମହାନ୍ତ ଓ ହେମନ୍ତ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ l ସଭା ପ୍ରାରମ୍ଭରେ ଶ୍ରୀଜଗନ୍ନାଥଙ୍କ ପ୍ରତିମୂର୍ତ୍ତୀ ଠାରେ ଅତିଥିମାନଙ୍କ ଦ୍ବାରା ପ୍ରଦୀପ ପ୍ରଜ୍ଜଳନ କରାଯାଇଥିଲା l ଏହାପରେ ନିଗମ ସଂଗୀତ ଗାନ କରାଯିବାପରେ ରାଇରଙ୍ଗପୁର ଶାଖା ସଭାପତି ସତ୍ୟବ୍ରତ ନନ୍ଦ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ l କଟକ ଡିଭିଜନ ସଭାପତି ସପନ କୁମାର ମହାନ୍ତି ଲିଆଫିର ଶପଥ ପାଠ କରାଇବା ପରେ ସଂଘ କେମିତି ଅଧିକ ସୁଦୃଢ ହେବ ସମସ୍ତଙ୍କୁ ଜଣାଇଥିଲେ l ସଂପାଦକ ସରୋଜ କୁମାର ମହାକୁଡ ବାର୍ଷିକ ବିବରଣୀ ପାଠ କରିବା ପରେ କୋଷାଧ୍ୟକ୍ଷ ହରେରାମ ପଢିଆରୀ ବାର୍ଷିକ ହିସାବନିକାଶ ପାଠ କରିଥିଲେ l ଉପଦେଷ୍ଟା ତରୁଣ କୁମାର ନନ୍ଦ ସଂଗଠନ ଉପରେ ଉପଯୁକ୍ତ ଦିଗଦର୍ଶନ ଦେବା ପରେ ଭଦ୍ରକ, ଯାଜପୁର ଓ ତାଳଚେର ଶାଖାରୁ ଆସିଥିବା ଅତିଥିଗଣ ସଂଗଠନ ଉପରେ ମୂଲ୍ୟବୋଧଭିତ୍ତିକ ବକ୍ତବ୍ୟ ପ୍ରଦାନ କରିଥିଲେ l ଡିଭିଜନ ସଂପାଦକ ରମେଶ ଚନ୍ଦ୍ର ପାଣି ଏଜେଣ୍ଟମାନଙ୍କର ସମସ୍ୟା ଓ ତାହାର ସମାଧାନ ଉପରେ ମନ୍ତବ୍ୟ ପ୍ରଦାନ କରିଥିଲେ l ସଭାଶେଷରେ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା l ଉକ୍ତ ବୈଠକରେ ରାଇରଙ୍ଗପୁର ଓ କରଂଜିଆର ଏଲ୍ ଆଇ ସି ଅଭିକର୍ତ୍ତା ବହୁ ସଂଖ୍ୟାରେ ଯୋଗ ଦେଇଥିଲେ l ଏଲ୍ ଆଇ ସି ଅଭିକର୍ତ୍ତା ମାନସ କୁମାର ପରିଡା ସଭା ପରିଚାଳନା ଓ ଧନ୍ୟବାଦ ଅର୍ପଣ କରିଥିଲେ l