ସୁଭଦ୍ରା ରଥ ସ୍ବାଗତ ପାଇଁ ଲୋକେ ରୁଣ୍ଡ, ହେଲେ ଗଡିପାରିଲାନି ରଥ…..

ରା.ଉଦୟଗିରି( ମିହିର ପ୍ରସାଦ ମାଳୀ): ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପ୍ରକାରେ ଗଜପତିବାସୀଙ୍କୁ ସୁଭଦ୍ରା ଯୋଜନାର ସଚେତନତା କରିବା ପାଇଁ ଗଜପତି ଜିଲ୍ଲାରେ ବୁଲୁଛି ସୁଭଦ୍ରା ସଚେତନତା ରଥ । ଏଇ କିଛିଦିନ ହେଲା ରଥ ବାହାରି କେତେକ ବ୍ଲକର ଗାଁ ଗାଁ ଓ ପଞ୍ଚାୟତ ବୁଲି ସାରିଲାଣି । ସମସ୍ତ ଜନସାଧାରଣଙ୍କୁ ସଚେତନତା କରିବା ଲକ୍ଷ ନେଇ ଏହି ରଥ ବୁଲୁ ଥିବାବେଳେ କିଛି ପ୍ରଶାସନିକ ଅଧିକାରୀଙ୍କ ଅବହେଳା ପାଇଁ ଆଜି ଗଜପତିଜିଲ୍ଲା ରା.ଉଦୟଗିରି ବ୍ଲକ ରାମଗିରି ଠାରେ ଗଡି ପାରିନି ରଥ । ଲୋକେ ରଥକୁ ସ୍ବାଗତ କରିବାକୁ ସକାଳ ୭ ଘଣ୍ଟାରୁ ଦ୍ବିପହର ୨ ଘଣ୍ଟା ଯାଏ ଅପେକ୍ଷା କରି କରି ଘରକୁ ଫେରିଛନ୍ତି । AP 39 UQ 2171 ଆନ୍ଧ୍ର ନମ୍ବର ଥିବା ଗାଡିଟିକୁ ସୁଭଦ୍ରା ରଥ ଲାଗି ନିୟୋଜିତ ଥିବାବେଳେ ଏହି ଗାଡିଟି ରାମଗିରି ଅଙ୍ଗନଓ୍ବାଡି କେନ୍ଦ୍ର ୧ ସମ୍ମୁଖରେ ଠିଆ ହୋଇ ରହିଥିଲା l କିନ୍ତୁ ଡାଇଭରଙ୍କ ଅନୁପସ୍ଥିତି ଲାଗି ରଥ ଗଡିପାରିଲାନି ବୋଲି କହିଛନ୍ତି ସ୍ଥାନୀୟ ଲୋକ । ତେବେ ଏଠି ପ୍ରଶ୍ନ ହେଉଛି ଆଜିର ସୁଭଦ୍ରା ରଥଯାତ୍ରାର ବିଫଳତା ଲାଗି ପ୍ରକୃତ ଦାୟୀ କିଏ ? ଜିଲ୍ଲା ପ୍ରଶାସନ ନା ବ୍ଲକ ପ୍ରଶାସନ । ମିଳିଥିବା ସୂଚନାନୁସାରେ ଯଦି ଜିଲ୍ଲା ପରିବହନ ଅଧିକାରୀ ଏହି ଆନ୍ଧ୍ର ଗାଡିକୁ ରଥରେ ନିୟୋଜନ କରିଛନ୍ତି ତେବେ ଜିଲ୍ଲା ପ୍ରଶାସନ କିପରି ଓଡିଆ ଅସ୍ମିତାକୁ ଭୁଲି ଏହାକୁ ଅନୁମୋଦନ କରିଥିଲେ । ଏନେଇ ଗ୍ରାମର ଅନେକ ବୁଦ୍ଧିଜୀବୀ ଓ ନେତା ଆଜିର ରଥଯାତ୍ରା ବାତିଲକୁ ସୁଭଦ୍ରା ରଥର ଅପମାନ କହିବା ସହ ପ୍ରଶାସନକୁ ମଧ୍ୟ ଦୃଢ ନିନ୍ଦା କରିଛନ୍ତି । ପାଇଥିବା ସୂଚନା ଅନୁଯାୟୀ ସୁଭଦ୍ରା ରଥ ପରିଭ୍ରମଣରେ ଅନେକ ସ୍ଥାନରେ ଅନେକ ଥର ଏହି ଗାଡିର ଡ୍ରାଇଭରଙ୍କ ଏଭଳି ଅବହେଳା ହୋଇ ଚାଲିଛି । ତଥାପି ସେହି ଆନ୍ଧ୍ର ଗାଡିକୁ ହିଁ କାହିଁକି ବ୍ୟବହାର କରାଯାଉଛି l ସେନେଇ ମଧ୍ୟ ପରିବହନ ଅଧିକାରୀଙ୍କ ସଲାସୁତରା କାରବାର ହୋଇ ଥିବା ଚର୍ଚ୍ଚା ଜୋର ଧରିଛି । ତେବେ ସରକାରଙ୍କ ସମସ୍ତ ଯୋଜନାର ପ୍ରଚାର ପ୍ରସାର କାର୍ଯ୍ୟରେ ଆଗାମୀ ଦିନରେ ଯେପରି ଅବହେଳା ନ ହୁଏ ସେଥି ଲାଗି ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହୋଇଛି ।