ମନ ମୋହୁଛି ଗୁଣପୁର ନୀଳାଦ୍ରି ବିହାର ଗଣେଶ ପୂଜା, ଜଗନ୍ନାଥ ସଂସ୍କୃତିରେ ଭାବ ବିହ୍ୱଳିତ ଭକ୍ତ…..

ଗୁଣପୁର(ସୁନିଲ୍ କୁମାର ସାବତ): ଆସିଛି ପାର୍ବଣ ଋତୁ l ପାର୍ବଣ ଆରମ୍ଭ ସହ ଅଗ୍ରପୂଜ୍ୟ ଶ୍ରୀ ଗଣେଶଙ୍କ ଧରାଗମନ ହୋଇଛି । ବିଘ୍ନରାଜଙ୍କ ପୂଜାରେ ଚଳଚଞ୍ଚଳ ହୋଇ ଉଠିଛି ପୁରପଲ୍ଲୀ । ରାୟଗଡା ଜିଲ୍ଲା ଗୁଣପୁର ନୀଳାଦ୍ରି ବିହାର, ବଳରାମ ନଗରରେ ଚଳିତ ବର୍ଷ ଏକ ନୂଆ ଚିନ୍ତାଧାରା ଓ ଭାବ ଭକ୍ତି ଭାବନାକୁ ନେଇ ଗଣେଶ ପୂଜା କରାଯାଉଛି । ସର୍ବ ରହସ୍ୟମୟ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉତ୍ପତ୍ତି ଓ ସଂସ୍କୃତିକୁ ଆଧାର କରି ନିର୍ମାଣ କରାଯାଇଛି ଆକର୍ଷଣୀୟ ତୋରଣ ଓ ମୂର୍ତ୍ତି । ତୋରଣ ସମ୍ମୁଖରେ ବିସ୍ମିତ ରାଜା ଇନ୍ଦ୍ରଦ୍ୟୁମ୍ନ ଓ ରାଣୀ ଗୁଣ୍ଡିଚା । ଅନ୍ୟ ଉପାୟ ନପାଇ ଦ୍ୱାର ଖୋଲୁଛନ୍ତି ରାଜା ଇନ୍ଦ୍ରଦ୍ୟୁମ୍ନ । ବୁଢ଼ା ବଢ଼େଇ ବା ଅନନ୍ତ ମହାରଣା ରୂପରେ ଦାରୁ ବିଗ୍ରହ ଙ୍କୁ ଗଢୁଛନ୍ତି ଶ୍ରୀ ଗଣେଶ । ଏପରି କିଛି ଜଗନ୍ନାଥ ସଂସ୍କୃତିକୁ ଆଧାର କରାଯାଇଛି । ଏଭଳି ନୂତନ ଶୈଳୀ ରେ ଗଣେଶ ପୂଜା କରାଯାଉଥିବାରୁ ଢ଼େର ସାରା ଶ୍ରଦ୍ଧାଳୁଙ୍କ ଆଗମନ ଦେଖିବାକୁ ମିଳିଛି । ଏଭଳି ସୁନ୍ଦର ଦୃଶ୍ୟ ଦେଖି ଭାବ ବିହ୍ୱଳିତ ହେଉଛନ୍ତି ଭକ୍ତ ସାତ ଦିନ ଧରି ପୂଜା ଅନୁଷ୍ଠିତ ହେଉଥିବା ପୂଜା କମିଟି ପକ୍ଷରୁ କୁହାଯାଇଛି ।