ହାଇମାସ୍କ ଲାଇଟ୍ ୩ ମାସରୁ ଉର୍ଦ୍ଧ୍ବ ଅଚଳ, ମରାମତି ପାଇଁ ଦାବି….

ଅନୁସନ୍ଧାନ ଭାରତ(ବ୍ୟୁର): ସୁନ୍ଦରଗଡ଼ ଜିଲ୍ଲା ବଣାଇଁ ଉପଖଣ୍ଡ ଲହୁଣିପଡ଼ା ବ୍ଲକ ଅନ୍ତର୍ଗତ କୁର୍ଡା ଗ୍ରାମର ପଞ୍ଚାୟତ ଛକ ରାସ୍ତା କଡରେ ଥିବା ହାଇମାସ୍କ ଲାଇଟ୍ ୩ ମାସରୁ ଅଧିକ ହେବ  ଅଚଳ ହୋଇ ଥିବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଉକ୍ତ ହାଇମାସ୍କ ଗତ ୬ ବର୍ଷ ତଳେ ଲାଗି ଥିବା ବେଳେ ସ୍ଥାନୀୟ ଲୋକେ ଏହାର ସୁବିଧା ଉପଲବ୍ଧ ପାଇବା ସହିତ ଯାତାୟାତ କରୁଥିବା ପଥଚାରୀମାନେ ମଧ୍ୟ ସୁବିଧା ପାଉଥିଲେ । ତେବେ ଏହା ଯେଉଁ ଦିନ ଠାରୁ ଅଚଳ ହୋଇ ପଡି ରହିଥିବାରୁ ସେହି ସ୍ଥାନଟି ଅନ୍ଧକାର ରହୁଥିବାରୁ  ଯାତାୟାତ କରୁଥିବା ଲୋକେ ଅସୁବିଧା ସମ୍ମୁଖୀନ ହେଉଛନ୍ତି । ଏହି ହାଇମାସ୍କ ଲାଇଟ୍ ଥିବାରୁ ରାସ୍ତାଟି ଆଳୋକ ମୟ  ରହୁଥିବାରୁ ସମସ୍ତ ଲୋକ ଯାତାୟାତ ବେଳେ ସୁବିଧା ପାଉଥିଲେ । ଆଉ ମଧ୍ୟ ଏହି ରାସ୍ତା ଦେଇ ଖଣ୍ଡାଧାର ଜଳପ୍ରପାତକୁ ରାସ୍ତା ଥିବାରୁ ପ୍ରର୍ଯ୍ୟେକଟ ମାନେ ଯାତାୟତ କରିଥାନ୍ତି । ଏହା ଯେଉଁ ଦିନ ଠାରୁ ଅଚଳ ହୋଇ ପଡି ଥିବାରୁ ସେହି ଦିନ ଠାରୁ ସ୍ଥାନଟି ଏକ ପ୍ରକାର ଅନ୍ଧକାରମୟ ହୋଇ ପଡି ରହିଛି । ଯାହାଫଳରେ ସ୍ଥାନୀୟ ଲୋକେ ଯାତାୟାତ କରୁଥିବାରୁ ଅସୁବିଧା ସମ୍ମୁଖୀନ ହେଉଛନ୍ତି । ତେବେ ଏହି ହାଇମାସ୍କ ଲାଇଟି କୁର୍ଡା ପଞ୍ଚାୟତ ପକ୍ଷରୁ ଲାଗିଛି ନା ବିଧାୟକ ପାଣ୍ଠିରୁ ଲାଗିଛି ତାହା ଜଣାପଡୁନାହିଁ । ତେଣୁ ଏହି ହାଇମାସ୍କ ଲାଇଟି ମରାମତି କରିବା ପାଇଁ ଗ୍ରାମବାସୀମାନେ ଦାବି କରିଛନ୍ତି । ଗ୍ରାମର ତରଣୀ ମୁଦୁଲି, ଟିକେଶ୍ବର ସାହୁ, ଚନ୍ଦ୍ର ମାହାନ୍ତ, ନିଶାକର ବେହେରା, ନେତ୍ରୀ ନନ୍ଦ ମାହାନ୍ତ, ସୁଧୀର ମାହାନ୍ତ ପ୍ରମୁଖ ଉକ୍ତ ଲାଇଟକୁ ତୁରନ୍ତ ମରାମତି କରିବା ପାଇଁ ଦାବି କରିଛନ୍ତି । ତେଣୁ ଉଚ୍ଚ କର୍ତୃପକ୍ଷ ହାଇମାସ୍କ ଲାଇଟ୍ ମରାମତି ପାଇଁ ଦୁଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।