ଜିଲ୍ଲାପାଳଙ୍କୁ ସାକ୍ଷାତ କରି ରାସ୍ତା ଗୁଡ଼ିକର ଉନ୍ନତି ଦାବି କଲା ବିଜେଡି…..

ସୁନ୍ଦର ଗଡ଼(ଦେବେନ୍ଦ୍ର କୁମାର ଭିତ୍ରିଆ): ଆଜି ସୁନ୍ଦରଗଡ ବିଜୁ ଜନତା ଦଳର  ବରିଷ୍ଠନେତା ତଥା ବିଧାୟକଙ୍କ ପ୍ରତିନିଧିଙ୍କ ସହିତ ଜିଲ୍ଲା ବିଜେଡି କୃଷକସେଲର ସଭାପତି ଗୋପାଳ ପ୍ରଧାନ ଏବଂ ପୂର୍ବତନ ନଗରପାଳ ବେଣୁଧର ତାଣ୍ଡିଆ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନଙ୍କୁ ତାଙ୍କ କାର୍ଯ୍ୟାଳୟରେ ସାକ୍ଷାତ କରି ଥିଲେ l ଏହି ଅବସରରେ ବିଧାୟକ ପ୍ରତିନିଧି ଜୟ ନାରାୟଣ ତ୍ରିପାଠୀ ଜିଲ୍ଲାପାଳଙ୍କୁ ସୁନ୍ଦରଗଡ ସହରର ଅଧିକାଂଶ ରାସ୍ତା ଏବେ ବିପଯ୍ୟସ୍ତ ପରିସ୍ଥିତିରେ ଥିବାରୁ ଏବଂ ଆଗକୁ ପାର୍ବଣଋତୁ ଆସୁଥିବାରୁ ରାସ୍ତା ଗୁଡ଼ିକ ଶୀଘ୍ର ମରାମତି କରାଯିବାକୁ ବିଶେଷକରି ଷ୍ଟେଟବ୍ୟାଙ୍କ ଛକ ସବୁବେଳେ ଭିଡ଼ ରହୁ ଥିବାରୁ ଜନସାଧାରଣଙ୍କ ଯିବା ଆସିବା ଲାଗି ଏବଂ ଅନେକ ସମୟରେ ଡାକ୍ତରଖାନାକୁ ରୋଗୀ ନେଇ ଆସୁଥିବା ଆମ୍ବୁଲାନ୍ସ ଗୁଡ଼ିକ ମଧ୍ୟ୍ୟ ଭିଡ଼ ପାଇଁ ଫସି ରହୁଥିବାରୁ ଏହି ରାସ୍ତାରୁ ଭିଡ଼ କମେଇବା ପାଇଁ ଶୀଘ୍ର ରାସ୍ତାକୁ ପୁରା ପିଚୁ କରାଯିବା ସହିତ ମଝିରେ ଡିଭାଇଡ଼ର ନିର୍ମାଣ ଏବଂଉନ୍ନତମାନର ଲାଇଟ ଲଗେଇବାକୁ ଦାବି କରିଥିଲେ l ବିଜେଡି ନେତା ଗୋପାଳ ପ୍ରଧାନ ଆଜି ପ୍ରଥମ ଥର ଜିଲ୍ଲାପାଳଙ୍କୁ ସାକ୍ଷାତ କରୁଥିବାରୁ ତାଙ୍କୁ ପୁଷ୍ପଗୁଛ ଦେଇ ସ୍ୱାଗତ ଜଣେଇବା ସହ ବଲିଙ୍ଗା ଗ୍ରାମ ଠାରୁ ଟପରିଆ ଗ୍ରାମ ଯାଏ ରାସ୍ତାକୁ ଫୋରଲେନ କରିବାକୁ  ଏବଂ ରାସ୍ତାରେ ଭାରିଜାନ ଚଳାଚଳ କରୁଥିବା ଯୋଗୁଁ ଧୂଳି ଉଡ଼ୁ ଥିବାରୁ ଲୋକଙ୍କୁ ଅଣନିଶ୍ୱାସୀ ହେବାକୁ ପଡୁଛି l ଏଥିରୁ ରକ୍ଷା କରିବାକୁ ଏବଂ ରାସ୍ତାରେ ଉନ୍ନତମାନର ଲାଇଟ ଲଗେଇବା ସହିତ ଗ୍ରାମବାସୀଙ୍କ ପିଇଵା ପାଣିର ସୁବିଧା କରିବାକୁ ଦାବି କରିଥିଲେ l ଦାବି ଗୁଡ଼ିକ ଶୀଘ୍ର କାର୍ଯ୍ୟକାରୀ ହେବ ବୋଲି ଜିଲ୍ଲାପାଳ ମହୋଦୟ ନିର୍ଭର ପ୍ରତିଶୃତି ଦେଇଥିଲେ l