ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଜବାନଙ୍କ ଶେଷକୃତ୍ୟ ଗାଁ ସ୍ମଶାନରେ ସମ୍ପୂର୍ଣ୍ଣ….

କାମାକ୍ଷାନଗର(ସୌମ୍ୟରଞ୍ଜନ ନାୟକ): ଉତ୍ତରପ୍ରଦେଶ ବରେଲିରେ ଠାରେ ଓଡ଼ିଆ ବୀର ଯବାନ ସନ୍ତୋଷ କୁମାର ବେହେରାଙ୍କ ମୃତ୍ୟୁ ଘଟିଛି ।ତେବେ ଗତ ଶନିବାର ଦିନ ବରେଲି ବାଟାଲିୟନ ତରଫରୁ ଏକ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା । ଏହି ପ୍ରସାଦ ଖାଇବା ପରେ ସେମାନଙ୍କ ମଧ୍ୟରୁ ୨୨ ଜଣ ଯବାନ ଅସୁସ୍ଥ ହୋଇଥିଲେ । ସମସ୍ତ ଯବାନ ମେଡିକାଲରେ ଚିକିତ୍ସିତ ହେଉଥିବାବେଳେ, ସେଥିମଧ୍ୟରୁ ସନ୍ତୋଷଙ୍କର ଅବସ୍ଥା ଗୁରୁତର ଥିଲା । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ସନ୍ତୋଷଙ୍କ ଘର ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଜିରାଳ ଗାଁରେ । ସନ୍ତୋଷ ୨୦୦୬ ମସିହାରେ ଶସସ୍ତ୍ର ସିମା ବଳ ସେନାରେ ଯୋଗ ଦେଇଥିଲେ । ବାପା ହାଡିବନ୍ଧୁ ବେହେରା ଓ ମାଆ ପିତା ବେହେରାଙ୍କର ବଡ଼ ପୁଅ ହେଉଛନ୍ତି ସନ୍ତୋଷ । ସେ ୬ ଝିଅ ଏବଂ ୨ ପୁଅଙ୍କ ମଧ୍ୟରେ ଅତି ଗେହ୍ଲା ଥିଲେ । ତାଙ୍କ ମୃତ୍ୟୁରେ ଭାଙ୍ଗି ପଡିଛନ୍ତି ସମ୍ପୂର୍ଣ୍ଣ ପରିବାର । ଆଜି ତାଙ୍କ ପାର୍ଥିବ ଶରିର ଗାଁକୁ ଆସିଲାବେଳେ ପ୍ରଥମେ ସନ୍ତୋଷ ଯେଉଁ ଗ୍ରାମ କଲେଜରେ ପାଠପଢୁଥିଲେ ସେଠାକୁ ନିଆଗଲା ଏବଂ ସେଠାରେ ଶେଷ ଦର୍ଶନ କଲାପରେ ସେଠାରୁ ସିଧା ତାଙ୍କ ପୈତୃକ ବାସଭବନକୁ ନିଆ ଯାଇଥିଲା । ସେଠାରେ ପରିବାର ଲୋକେ ଶେଷଦର୍ଶନ କରିସାରିବା ପରେ ଗ୍ରାମ ପରିକ୍ରମା କରି ଗାଁ ସ୍ମଶାନରେ ମର ଶରିର ପହଞ୍ଚି ଥିଲା ଏବଂ ସେଠାରେ ରାଷ୍ଟ୍ରୀୟ ମର୍ଯ୍ୟଦା ସହ ଶେଷକୃତ୍ୟ ସମ୍ପୂର୍ଣ ହୋଇଛି ।