ଗାଁ ରାସ୍ତା ନିଜେ ମରାମତି କଲେ ଗ୍ରାମବାସୀ…..

ଆର.ଉଦୟଗିରି(ମିହିର ପ୍ରସାଦ ମାଳୀ): ପ୍ରଶାସନ ଶୁଣିଲାନି l ଶେଷରେ ନିଜ ଗାଁ ରାସ୍ତାକୁ ନିଜ ଉଦ୍ୟମରେ ମରାମତି କଲେ ଗ୍ରାମବାସୀ l ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ବ୍ଲକ ଖାରିଗୁଡା ପଞ୍ଚାୟତ ଅଧିନସ୍ଥ ଖlରିମେରl ଗାଁରେ l ଲୋକଙ୍କ ଗମନାଗମନର ସୁବିଧା ପାଈଁ ସରକାର ଗଜପତି ଜିଲ୍ଲାରେ ୨୦୧୮ ଓ ୨୦୧୯ରୁ  ବିଭିନ୍ନ ଗ୍ରାମକୁ ସଂଯୋଗ ପାଇଁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତା ନିର୍ମାଣ ହୋଇଛି  l ଏଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ମଧ୍ୟ କରlଯାଇଛି । ହେଲେ ସେଗୁଡିକ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ପଡିରହିଛି l ମୋହନା ବ୍ଲକ ଗ୍ରାମ୍ୟ ଉନୟନ ବିଭାଗ ଦ୍ୱାରା ନିର୍ମାଣ ହୋଇଥିବା ଏହି ରାସ୍ତା କିଛି ବର୍ଷ ପରେ  ରକ୍ଷଣlବେକ୍ଷଣ ଅଭାବରୁ ଏବେ ସମ୍ପୂର୍ଣ୍ଣ ନଷ୍ଟ ହେlଇଗଲାଣି l ଯାହା ଦ୍ୱାରା ରାସ୍ତାରେ ଖାଲଖମl ହେlଇ ପିଚୁ ବାହାରି ରାସ୍ତା ଧୋଇଯାଉଛି l ଯାହା ଦ୍ୱାରା ଗ୍ରାମ ଗୁଡିକୁ ଅଟୋ, ବାଇକ, ଆମ୍ବୁଲାନ୍ସ ଯାଇପାରୁନି l ଏହି ପରିପ୍ରେକ୍ଷୀରେ ଖାରିଗୁଡା ପଞ୍ଚାୟତ ଖାରିମେରା ଗ୍ରାମ ଯାହାକି ୩୨୬ ନମ୍ବର ଜାତୀୟ ରାଜପଥ ଠାରୁ ଦୁଇ କିମି ଦୂରରେ ଅଛି l ବହୁ ବର୍ଷର ଅଭିଯୋଗ ପରେ ମଧ୍ୟ ପ୍ରଶାସନ କି ବିଭାଗ କେହି ନ ଶୁଣିବାରୁ ଗ୍ରାମବାସୀ ଏକତ୍ରିତ ହେଇ ପାହାଡ଼ରୁ ମାଟି ପଥର ଆଣି ରାସ୍ତା ମରାମତି କରିଥିବା ଦେଖିବାକୁ ମିଳିଛି l ତେବେ ଗ୍ରାମ୍ୟ ଉନ୍ନୟନ ବିଭାଗ ଏବଂ ପ୍ରଶାସନ ତୁରନ୍ତ ଦୃଷ୍ଟି ଦେବାପାଇଁ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି ।