ସଂସ୍କୃତ ଉତ୍ସବର ମୁଖ୍ୟ ଆକର୍ଷଣ ପିଲାଙ୍କ ସଂସ୍କୃତ ଗୀତ ନାଚ….

ଆର.ଉଦୟଗିରି(ମିହିର ପ୍ରସାଦ ମାଳୀ): ଗଜପତି ଜିଲ୍ଲାର ରା.ଉଦୟଗିରି ବ୍ଲକ ଅନ୍ତର୍ଗତ କେ. ଏମ ଭଲିଆସାହି ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ରାମଚନ୍ଦ୍ର ଦଳବେହେରାଙ୍କ ତତ୍ତ୍ବାବଧାନରେ ସଂସ୍କୃତ ଦିବସ  ପାଳିତ ହୋଇଯାଇଛି l ଉକ୍ତ ଅବସରରେ କେରେଡ଼lଙ୍ଗ ଉଚ୍ଚ ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ଆଶିଷ କୁମାର ମହାପାତ୍ର ମୁଖ୍ୟ ଅତିଥି ଓ ଯୋଡlମ୍ବ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ରମେଶ ଚନ୍ଦ୍ର ଜେନା ସମ୍ମାନିତ ଅତିଥି ଭାବେ ଉପସ୍ଥିତ ରହି ସଂସ୍କୃତ ହେଉଛି ଆଦିଭାଷା, ଦେବ ଭାଷା, ଏବଂ ସବୁ ଭାଷା ମାନଙ୍କର ଜନନୀ ଏବଂ ଏହାର ସୁରକ୍ଷା ଓ ଉନ୍ନତି ଆମର ଦାୟିତ୍ୱ ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ ପିଲାମାନଙ୍କ ମଧ୍ୟରେ ସଂଗୀତ, ଭାଷଣ, ସାଧାରଣ ଜ୍ଞାନ ଆଦି ପ୍ରତିଯୋଗିତାମାନ କରାଯାଇ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କlର ପ୍ରଦାନ କରାଯାଇଥିଲା l ପରିଶେଷରେ ପିଲାମାନଙ୍କ ଦ୍ୱାରା ସଂlସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା l ସଂସ୍କୃତ ସଂଗୀତର ତାଳେ ତାଳେ ପିଲାମାନେ ନାଚି ସମସ୍ତଙ୍କୁ ଚକିତ କରିଥିଲେ l ଉକ୍ତ କାର୍ଯ୍ୟକ୍ରମକୁ ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ପ୍ରହ୍ଲାଦ ଶିଅଳ ସଂଚାଳନ କରିଥିବାବେଳେ ବିଦ୍ୟାଳୟର ଶିକ୍ଷକ କିଶୋର ଚନ୍ଦ୍ର ଦଣ୍ଡସେନା, ତାରିଣୀ ଚରଣ ମଣ୍ଡଳ,ନୀଳକଣ୍ଠ ନାୟକ, ସଞ୍ଜୟ କୁମାର ଗୌଡ଼, ଦିଗାମ୍ବର ଦାସ, କେଦାରନାଥ କର, ସୁଶାନ୍ତ ସାହୁ, ବିରଜା ମାଳିନୀ, ପ୍ରଜ୍ଞାଦୀପ୍ତା ପାଇକ, ରବିନା ଦାସ, ଉଷାରାଣି, ବିରଞ୍ଚି ନାରାୟଣ, ସଂଗୀତା ସାହୁ, ମମତା ବେହେର୍ଦଳାଇ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ  କରାଇ ଥିଲେ  l ପରିଶେଷରେ ଶିକ୍ଷକ ଯୁଧିଷ୍ଠିର ପାଇକ ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣ କରିବା ସହିତ ଶାନ୍ତି ମନ୍ତ୍ର ପାଠ କରି ଥିଲେ ।