ଆର.ଉଦୟଗିରି(ମିହିର ପ୍ରସାଦ ମାଳୀ): ଗଜପତି ଜିଲ୍ଲା ମୋହନା ବ୍ଲକ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ସୁଭଦ୍ରା ଯୋଜନା ସଂପର୍କୀତ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି l ଏହି କର୍ମଶାଳାରେ ମୋହନା ବିଡ଼ିଓ ରାଜୀବ ଦାସ, ତହସିଲଦାର ସତ୍ୟବାନ ନାୟକ, ଏବିଡ଼ିଓ ରମାକାନ୍ତ ଚୌଧୁରୀ ଓ ସିଡିପିଓ ସବିତା ପଟନାୟକ ପ୍ରମୁଖ ଯୋଗଦେଇଥିଲେ l ଏହି କର୍ମଶାଳାରେ ରାଜ୍ୟ ସରକାରଙ୍କ ସୁଭଦ୍ରା ଯୋଜନା ସଂମ୍ପର୍କରେ ଆଲୋଚନା କରାଯାଇଛି l ସୁଭଦ୍ରା ଯୋଜନାରେ ଥିବା ବିଭିନ୍ନ ନିୟମ ଓ ସରକାରଙ୍କ ଆଦେଶନାମା ଉପରେ ଅବଗତ କରlଯାଇଛି l ଏହି କର୍ମଶାଳାରେ ବ୍ଲକର ସମସ୍ତ ପିଇଓ, ଅଙ୍ଗନୱାଡ଼ି ସୁପରଭାଇଯର ଓ ମିଶନ ଶକ୍ତି କର୍ମଚାରୀ ସାମିଲ ଥିଲେ l