ଆର.ଉଦୟଗିରି(ମିହିର ପ୍ରସାଦ ମାଳୀ): ଗଜପତି ଜିଲ୍ଲା ନୂଆଗଡ ବ୍ଲକ କାର୍ଯ୍ୟାଳୟରେ ବିଜୁ ଜନତା ଦଳ ପକ୍ଷରୁ ସମସ୍ତ ଭତ୍ତାଧାରୀଙ୍କୁ ତୁରନ୍ତ ବର୍ଦ୍ଧିତ ଭତ୍ତା ପ୍ରଦାନ ଓ 300 ୟୁନିଟ ମାଗଣା ବିଜୁଳି ପ୍ରତିଶୃତି ପ୍ରତାରଣା ପ୍ରତିବାଦ ଓ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଜୁ ଜନତା ଦଳର ପୂର୍ବତନ ଜିଲ୍ଲାପରିଷଦ ଜେମ୍ସ ରାଇକା, ବ୍ଲକ୍ ସଭାପତି ଜନ ମାଝୀ, ସୁଦାମ ମଣ୍ଡଳ, ଜୁନାସ ବର୍ଦ୍ଧନ, କ୍ରିଷ୍ଣା ନାୟକ, ପ୍ରମୋଦ ଏଡଲା, ଯକ୍ଷ ରଇତ, ଯୁବ ସଭାପତି ଆର୍ମିଏଲ ଏଡଲା ଏବଂ ବ୍ଲକର ସମସ୍ତ ୧୯ ଗୋଟି ପଞ୍ଚାୟତର ଶତାଧିକ ବିଜେଡି କର୍ମୀ ଯୋଗଦେଇ ନୂଆଗଡ ବସଷ୍ଟାଣ୍ଡ ଠାରୁ ବ୍ଲକ ଅଫିସ ପର୍ଯ୍ୟନ୍ତ ବିଜେପି ବିରୋଧୀ ବିଭିନ୍ନ ସ୍ଲୋଗାନ୍ ଦେଇ ନଗର ପରିକ୍ରମା କରିଥିଲେ । ଏହି ପରିପ୍ରେକ୍ଷୀରେ ସରକାର ବାରମ୍ବାର ଜନତାଙ୍କୁ 300 ୟୁନିଟ ମାଗଣା ବିଜୁଳି ଓ ଭତ୍ତା ବୃଦ୍ଧି କରିବା ପାଇଁ ଦେଇଥିବା ପ୍ରତିଶୃତିକୁ ଯଥାଶୀଘ୍ର ପୂରଣ କରିବାପାଇଁ ଲିଖିତ ଭାବେ ନୂଆଗଡ ବିଡିଓଙ୍କ ମାଧ୍ୟମରେ ସ୍ମାରକପତ୍ର ପ୍ରଦାନ କରିଥିଲେ ।