ପାରଳାଖେମୁଣ୍ଡି(ପ୍ରବୀଣ କୁମାର ଲିମା): ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ କଲେଜ ଛକ ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ଅଫିସ ପର୍ଯ୍ୟନ୍ତ.ସୋମବାର ଦିନ ୧୧ଘଣ୍ଟା ବେଳେ ସିପିଆଇଏମଏଲ ଲିବ୍ରେଶନ ଗଜପତି ପକ୍ଷରୁ ୧୭ ଗୋଟି ଦାବି ନେଇ ଏକ ରାଲି ଅନୁଷ୍ଠିତ ହୋଇ ଯାଇଛି ।
ସିପିଆଇଏମ୍ଏଲ ଲିବ୍ରେସନ୍ ଗଜପତି ଏବଂ ଆଦିବାସୀ ସଂଘର୍ଷ ମୋର୍ଚ୍ଚା ଗଜପତି ଜିଲ୍ଲା କମିଟି ପକ୍ଷରୁ ଆୟୋଜିତ ଏହି ରାଲିରେ ରାଜ୍ୟ ସଭାପତି ଶ୍ରୀ ତ୍ରୀପତି ଗମାଙ୍ଗଙ୍କ ନେତୃତ୍ଵରେ ବହୁ ଦଳୀୟ ନେତା ଓ କର୍ମୀମାନେ କଲେଜ ଛକ ଠାରୁ ବାହାରି ନଗର ପରିକ୍ରମା ପୂର୍ବକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହି ଅବସରରେ ବିଭିନ୍ନ ଦାବୀ ଯଥା ଶ୍ରମିକ ମଜୁରୀ ବୃଦ୍ଧି, ମହିଳା ସୁରକ୍ଷା, ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ଟଙ୍କା ବୃଦ୍ଧି ଭଳି ବିଭିନ୍ନ ଦାବିକୁ ନେଇ ଏହି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।