ନୁଆପଡ଼ା(ବିରବଲ ପ୍ରଧାନ): ନୂଆପଡା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ତରବୋଡ ଠାରେ ନୁଆପଡ଼ା ଜିଲ୍ଲା କୁଲୁତା ସମାଜର ଜିଲ୍ଲା ସଭାପତି ତଥା ବିଶିଷ୍ଟ ସମାଜସେବୀ ସରୋଜ କୁମାର ସାହୁଙ୍କ ସଭାପତିତ୍ଵରେ ବରିଷ୍ଠ କର୍ମକର୍ତ୍ତାମାନଙ୍କୁ ନେଇ ଆୟୋଜିତ ବୈଠକରେ ନୂଆଖାଇ ଭେଟଘାଟକୁ ମହାସମାରୋହରେ ପାଳନ କରିବା ପାଇଁ ନିଷ୍ପତି ନିଆଯାଇଛି ।ନୁଆଖାଇ ଭେଟଘାଟକୁ ଆକର୍ଷଣୀୟ କରିବାପାଇଁ ବିଭିନ୍ନ କାର୍ଯ୍ୟକ୍ରମ କରାଯିବା ନିଷ୍ପତି ନିଆଯାଇଛି । ସେପ୍ଟେମ୍ବର ମାସ ୮ ତାରିଖ ଦିନ ଭାଇ ଚାରାର ପର୍ବ ନବାନ୍ନ ଭକ୍ଷଣ ଥିବାବେଳେ ସେପ୍ଟେମ୍ବର ମାସ ୧୫ ତାରିଖ ଦିନ ନୁଆପଡା ସ୍ଥିତ ପୁଲିସ ପଡିଆଠାରେ ନୂଆଖାଇ ଭେଟଘାଟ ଆୟୋଜନ ପାଇଁ ସର୍ବସମ୍ମତି କ୍ରମେ ସ୍ଥିରିକୃତ ହୋଇଛି । ଏହି ବୈଠକରେ କୋମନା କେନ୍ଦ୍ର ସଭାପତି ତଥା ବିଶିଷ୍ଟ ସମାଜସେବୀ ବୈଷମପାୟନ ସାହୁ, ବୀରେନ୍ଦ୍ର ପ୍ରଧାନ, ଇଶ୍ଵର ସାହୁ, ଛବିଲୋଚନ ସାହୁ, ମଦନ ସୁନ୍ଦର ସାହୁ, ପ୍ରଦୀପ ସାହୁ, ଅଶ୍ଵିନି କୁମାର ଭୋଇ, ସନ୍ତୋଷ ବିଶ୍ୱାଲ, କାଲିଆ ପ୍ରଧାନ, ଦୁଲ୍ଲଭ ବିଶ୍ୱାଲ, ସରୋଜ ପ୍ରଧାନ, ଦେବଦେତ୍ତ ସାହୁ, ଡେଲାମଣି ଗଡତିଆ,ମୁକେଶ କୁମାର ଭୋଇ, ନବୀନ ପ୍ରଧାନ, ଘାଁସିରାମ ଭୋଇ, ଓଁ ପ୍ରକାଶ ପ୍ରଧାନ, ସଂଜୟ ପ୍ରଧାନ, ସୁବାସ ପ୍ରଧାନ, ତୁଲାରାମ ପ୍ରଧାନ, ସୁବୋଧ ଭୋଇ, ସଚିତାନନ୍ଦ ପ୍ରଧାନ, ହରିବନ୍ଧୁ ଭୋଇ, ଶ୍ରୀକାନ୍ତ ପ୍ରଧାନ, ଦିଲିପ କୁମାର ଭୋଇ, ବୃନ୍ଦାବନ ପ୍ରଧାନ, ନବଘନ ପ୍ରଧାନ, ରୋହିତ ନାଏକ, ମାନ ପ୍ରଧାନ, ବିରବଲ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।