ରାଇରଙ୍ଗପୁର ଶାଖା ଆନୁକୂଲ୍ୟରେ ରାଷ୍ଟ୍ରୀୟ ଡ୍ରାଇଭର ଦିବସ ମହାସମାରୋହରେ ପାଳିତ….

ରାଇରଙ୍ଗପୁର(ଉତ୍ତମ ରାମ): ଓଡିଶା ଡ୍ରାଇଭର ମହାସଂଘ ରାଇରଙ୍ଗପୁର ଶାଖା ଆନୁକୂଲ୍ୟରେ ରାଷ୍ଟ୍ରୀୟ ଡ୍ରାଇଭର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି l ଏହି ଭବ୍ୟ କାର୍ଯ୍ୟକ୍ରମରେ ଡ୍ରାଇଭର ଭାଇମାନେ ସ୍ଥାନୀୟ ବ୍ଲକ ପଡିଆ ଏକତ୍ରିତ ହୋଇ ସେଠାରୁ ବାଇକରେ ଶୋଭାଯାତ୍ରାରେ ବାହାରି ଶ୍ରୀଜଗନ୍ନାଥ ମନ୍ଦିର ପହଂଚି ପୂଜାର୍ଚ୍ଚନା କରିଥିଲେ l ତାପରେ ଟାଉନ ପରିକ୍ରମା କରି ଡ୍ରାଇଭର ଭାଇମାନଙ୍କୁ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ l ସେପ୍ଟେମ୍ବର 1 ତାରିଖକୁ ରାଷ୍ଟ୍ରୀୟ ଡ୍ରାଇଭର ଦିବସ କରିବା ପାଇଁ ଦୃଢଦାବୀ କରିଥିଲେ l ଏଥିରେ ସଭାପତି ଅମୂଲ୍ୟ କୁମାର ମହାନ୍ତ , ଉପସଭାପତି ପିଣ୍ଟୁ ସର୍ଦ୍ଦାର, ସମ୍ପାଦକ ଅଶ୍ବିନୀ ମହାନ୍ତ, ଉପସମ୍ପାଦକ ପବନ ଗୋପାଳ, କୋଷାଧ୍ୟକ୍ଷ ଶଙ୍କର ଗିରି, ଉପଦେଷ୍ଟା ଦିଲ୍ଲୀପ ମହାନ୍ତ, ସଦସ୍ୟ ହେମନ୍ତ ହାଁସଦାଃ, କ୍ରିଷ୍ଣା ନାୟକ, ପ୍ରଦୀପ ରାୟ, ସୁବାଷ ମହାନ୍ତ ଓ ହରିଶ ମଣ୍ଡଳ ପ୍ରମୁଖ ସହ ଶହ ଶହ ଡ୍ରାଇଭର ଭାଇମାନେ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ l