ପାନପୋଷ କୃଷି ଜିଲ୍ଲା ଅଧିକାରୀ ଭାବେ ଜି.ଜୟନଙ୍କ ଯୋଗଦାନ….

ସୁନ୍ଦରଗଡ଼(ଦେବେନ୍ଦ୍ର କୁମାର ଭିତ୍ରିଆ): ସୁନ୍ଦରଗଡ଼ ଜିଲ୍ଲାର ପାନପୋଷ ଉପଖଣ୍ଡରେ ତା: ୩୦/ ୮/୨୪ରେ କୃଷି ଜିଲ୍ଲା ଅଧିକାରୀ ଭାବେ ଜି.ଜୟନ ଦାୟିତ୍ୱ ଗ୍ରହଣ କରିଛନ୍ତି l ଦାୟିତ୍ୱ ଗ୍ରହଣ ପରେ ଶ୍ରୀ ଜୟନଙ୍କୁ କର୍ମଚାରୀମାନଙ୍କ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା l ନୂତନ କୃଷି ଅଧିକାରୀଙ୍କ କୃଷି ବିଭାଗରେ ଦୀର୍ଘ ତିରିଶ ବର୍ଷର ଅଭିଜ୍ଞତା ରହିଥିବାବେଳେ ସେଥିମଧ୍ୟରୁ ବିହନ ଉତ୍ପାଦନ କ୍ଷେତ୍ରରେ ଦୀର୍ଘ କୋଡିଏ ବର୍ଷର ଅଭିଜ୍ଞତା ପାନପୋଷ କୃଷି ଜିଲ୍ଲାର ଚାଷୀମାନଙ୍କ ପାଇଁ ବହୁ ଉପାଦେୟ ହେବ l ଶ୍ରୀ ଜୟନ ଯୋଗଦାନ ପରେ ପାନପୋଷ କୃଷି ଜିଲ୍ଲାକୁ ଆଗକୁ ବଢ଼େଇ ନେବା ପାଇଁ ସମସ୍ତଙ୍କର ସହଯୋଗ କାମନା କରିଛନ୍ତି l ନୂଆଗାଁ ବ୍ଲକ କୃଷି ଅଧିକାରୀ ଶ୍ରୀଯୁକ୍ତ ସତ୍ୟବ୍ରତ ସାହୁ, ବିଶ୍ରା ବ୍ଲକ କୃଷି ଅଧିକାରୀ ସୁଶ୍ରୀ ମଞ୍ଜୁବାଳା ନାୟକ, ଲାଠିକଟା ବ୍ଲକ କୃଷି ଅଧିକାରୀ ଶ୍ରୀମତୀ ସୁପ୍ରିୟା ଦାସ, ବିଶ୍ରା ସହକାରୀ କୃଷି ଅଧିକାରୀ ଶ୍ରୀ ମନୋଜ କୁମାର ବାରିକ, କୁଆଁରମୁଣ୍ଡା ସହକାରୀ କୃଷି ଅଧିକାରୀ ଶ୍ରୀମତୀ ନାରାୟଣୀ ମେହେର ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ ଜଣାଇଥିଲେ l