ଗାଲେରୀ କଲେଜରେ ଜାତୀୟ କ୍ରୀଡା ଦିବସ ପାଳିତ….

ଭଞ୍ଜନଗର(ନିଲୁ ବିଷୋୟୀ): ଭଞ୍ଜନଗର ବ୍ଳକ ଗାଲେରୀ ସ୍ଥିତ ଦଣ୍ଡପାଣି ମହାରଥା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟରେ ଜାତୀୟ କ୍ରୀଡା ଦିବସ ଅନୁଷ୍ଠିତ ହୋଇଯାଇଛି । ଜାତୀୟ କ୍ରୀଡା ହକିର କିମ୍ବଦନ୍ତୀ ପୁରୁଷ ମେଜର ଧ୍ୟାନଚାନ୍ଦଙ୍କ ଜନ୍ମଦିନ ଉପଲକ୍ଷେ ଜାତୀୟ କ୍ରୀଡା ଦିବସ ପାଳନ ପାଇଁ ଅଗଷ୍ଟ ୨୬ ତାରିଖ ଠାରୁ ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ପାଳନ କରାଯାଏ । କଲେଜ ଅଧ୍ୟକ୍ଷ ସୁଶାନ୍ତ କୁମାର ନାୟକଙ୍କ ପୌରୋହିତ୍ୟରେ ଆୟୋଜିତ କାଯ୍ୟକ୍ରମରେ ଛାତ୍ରଛାତ୍ରୀ ଓ ଉପସ୍ଥିତ ସମସ୍ତ ଅତିଥି, କର୍ମଚାରୀ ପ୍ରମୁଖ ହକି ତାରକା ଧ୍ୟାନଚାନ୍ଦଙ୍କ ସମ୍ପର୍କରେ, ହକି ଓ ଅନ୍ୟାନ୍ୟ ବିଭିନ୍ନ କ୍ରୀଡା ସମ୍ପର୍କରେ ଓ କ୍ରୀଡାର ଉପକାରିତା ସମ୍ପର୍କରେ ଆଲୋଚନା କରିଥିଲେ । ଏହାକୁ ବରୁପାକ୍ଷ, ଶୟନ, ଶ୍ରୀକାନ୍ତ, ସଙ୍ଗୀତା, ପବିତ୍ର, ଅଞ୍ଜଳି, ସୁଚିମ୍ମିତା ଆଦି ପରିଚାଳନାରେ ସହଯୋଗ କରିଥିଲେ । ଛାତ୍ରୀ ରୂପାଲି ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ । ଛାତ୍ରମାନଙ୍କ ମଧ୍ୟରେ ଭଲିବଲ୍ ଓ ଛାତ୍ରୀମାନଙ୍କ ମଧ୍ୟରେ ବ୍ୟଟ୍ ମିଣ୍ଟନ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଅଧ୍ୟାପକ ଦୁର୍ଗାମାଧବ ଦାସ ଏହାକୁ ସଂଯୋଜନା କରିଥିଲେ।