ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ବି ଏନ୍ ସି କଲେଜର ଛାତ୍ରଛାତ୍ରୀ ପ୍ରଥମ ସେମିଷ୍ଟାର ପରୀକ୍ଷାରୁ ବଞ୍ଚିତ…

ସୁନ୍ଦରଗଡ(ଦେବେନ୍ଦ୍ର କୁମାର ଭିତ୍ରିଆ): 2023-2024 ଶିକ୍ଷା ବର୍ଷରେ ନାମ ଲେଖାଇ ଥିବା 60 ଜଣ ନର୍ସିଂ ଛାତ୍ରଛାତ୍ରୀ କଲେଜ କତୃପକ୍ଷଙ୍କ ଅବହେଳା ଯୋଗୁଁ ପରୀକ୍ଷା ଦେଇପାରିନାହାନ୍ତି । 2023 ଡିସେମ୍ବର 14ରେ ଛାତ୍ରଛାତ୍ରୀମାନେ ସୁନ୍ଦରଗଡ ଜିଲ୍ଲା ଅନ୍ତର୍ଗତ ବଡଗାଁ ବ୍ଲକର ବଡଗାଁ ନର୍ସିଂ କଲେଜରେ ନାମ ଲେଖାଇ ଥିଲେ । ସାଧାରଣବର୍ଗର ଛାତ୍ରଛାତ୍ରୀ ନାମ ଲେଖା ଓ ହଷ୍ଟେଲ ବାବଦରେ ବାର୍ଷିକ ୧ଲକ୍ଷ ୨୦ ହଜାର ଟଙ୍କା ନାମ ଲେଖା ସମୟରେ ଦେଇଥିଲେ ମଧ୍ୟ ପରୀକ୍ଷା ଦେଇପାରିଲେ ନାହିଁ । ଗତ ୨୫ ଜୁଲାଇରେ ଛାତ୍ରଛାତ୍ରୀ କଲେଜ ଅଧ୍ୟକ୍ଷ ଅରୁଣ କୁମାର ନାୟକକୁ ଏହି ବିଷୟରେ ଜଣାଇଥିଲେ । ଅଧ୍ୟକ୍ଷ ସେତେବେଳେ ଆଗାମି ଅଗଷ୍ଟ ୫ତାରିଖ ଦିନ ପଇସଲା କରିବା ବୋଲି କହିଥିଲେ । ତାପରେ ସମୟ ଗଡାଇ ଅଗଷ୍ଟ ୧୬ ତାରିଖ ସମାଧାନ କରିବା କହି ଏମିତି କହି କହି ତାରିଖ ଗଡେଇ ଦେଇଥିଲେ । ପୁଣି ଛାତ୍ରଛାତ୍ରୀମାନେ ୧୬ ତାରିଖ ବଡ଼ଗାଁ ଥାନାକୁ ଆସି ଆଇସିସିକୁ ଲେଖିତ ଅଭିଯୋଗ ବି ଦେଲେ । ବଡଗାଁ ଆଇସିସି ୩୦ ତାରିଖ ମାମଲାର ସମାଧାନ ହେବ ବୋଲି ଛାତ୍ରଛାତ୍ରୀଙ୍କୁ ଆଶ୍ୱସନା ଦେଇଥିଲେ । ଏହା ସହ କଲେଜ ଅଧ୍ୟକ୍ଷ ଅରୁଣ କୁମାର ନାୟକ ଟଙ୍କା ଫେରସ୍ତ କରିଦିଆଯିବ ବୋଲି ଛାତ୍ରଛାତ୍ରୀଙ୍କୁ କଥା ଦେଇଥିଲେ । କିନ୍ତୁ ପୁଣି ଅଧ୍ୟକ୍ଷ ଆଉ ଗୋଟେ ତାରିଖ ସେପ୍ଟେମ୍ବର 28 ଟଙ୍କା ଫେରସ୍ତ କରିବେ ବେଲି କହିବାରୁ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଆଉ କୌଣସି ଉପାୟ ନପାଇ କଲେଜରୁ ବଡ଼ଗାଁ ଥାନାକୁ ରାଲି କରି ଚାଲିଚାଲି ଆସି କଲେଜ କତୃପକ୍ଷଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିବା ସହ ନିଜ ଭବିଷ୍ୟ ପାଇଁ ନ୍ୟାୟ କରିବା ପାଇଁ ଦାବୀ କରିଛନ୍ତି ।