କୋକସରା( ତ୍ରିଲୋକ୍ୟ ବେଶ୍ରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ରେଙ୍ଗାଳପାଲି, କାଶିବାହଲ ଗ୍ରାମ ପଞ୍ଚାୟତର ସଭାଗୃହରେ ସ୍ୱେଚ୍ଛାସେବୀ ସଂଗଠନ କଳିଙ୍ଗ କୁସୁମ ଓ ଏସବିଆଇ ଫାଉଣ୍ଡେସନ ଦ୍ଵାରା ଆୟୋଜିତ ସଚେତନତା ଓ ଓ ପରାମର୍ଶ ଶିବିର କାର୍ଯ୍ୟକ୍ରମରେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ଡିଜିଟାଲ, ଆଇନଗତ, ଆର୍ଥିକ ଶିକ୍ଷା ସଚେତନତା ଉପରେ ଆଲୋଚନା ଚକ୍ର ଗୁରୁବାର ଓ ଶୁକ୍ରବାର ଦୁଇଦିନ ଧରି ଆୟୋଜିତ ହୋଇଛି l ଏହି କାର୍ଯ୍ୟକ୍ରମକୁ କଳିଙ୍ଗ କୁସୁମ ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତ୍ତାଙ୍କ ପରିଚାଳନାରେ ମୁଖ୍ୟ ଅତିଥି ଭାବେ କୋକସରା ବ୍ଲକ ଅଧ୍ୟକ୍ଷା ରିତା ଅଗ୍ରୱାଲ, ମୁଖ୍ୟ ବକ୍ତା ଭାବେ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ସମ୍ମାନିତ ଅତିଥି ଭାବେ ସମିତି ସଭ୍ୟ ଗଜାନନ ନିଆଁଲ, ସରପଞ୍ଚ ପୁଷ୍ପାଞ୍ଜଳି ନାଏକ, ପିଇଓ ବିରଞ୍ଚି ଖର୍ସେଲ ଯୋଗଦେଇ ଉପସ୍ଥିତ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାଙ୍କୁ ଆତ୍ମ ନିର୍ଭରଶୀଳ ହେବାସହ ରୋଜଗାର କ୍ଷମ ହେବାକୁ ଏହି ସଂସ୍ଥା ସହ ଜଡିତ ହୋଇ କାମ କରିବାକୁ ପରାମର୍ଶ ଦେଇଥିଲେ । ଏସବିଆଇ ଫାଉଣ୍ଡେସନର ଅଧିକାରୀମାନେ ବିଭିନ୍ନ ବ୍ୟାଙ୍କ ସମ୍ପର୍କିତ ତଥ୍ୟ ଉପରେ ପରାମର୍ଶ ଦେଇଥିଲେ ।କାର୍ଯ୍ୟକ୍ରମରେ ମିଶନ ଶକ୍ତିର ଏମବିକେ, ସିଆରପି, ବ୍ୟାଙ୍କମିତ୍ର ମହିଳା କର୍ମଚାରୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।