କୋକସରା(ତ୍ରିଲୋକ୍ୟ ବିଶ୍ରା): କଳାହାଣ୍ଡି ଜିଲ୍ଲା ଆଦିବାସୀ ସଙ୍ଘ ପକ୍ଷରୁ ରେଣ୍ଡୋ ମାଝୀଙ୍କ ୧୬୯ ତମ ସହିଦ ଦିବସ ପାଳନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ ଦେଇଛି ଆଦିବାସୀ ସଂଘ l କଳାହାଣ୍ଡି ଜିଲ୍ଲାରେ ନିର୍ମାଣାଧୀନ ଆଦିବାସୀ ଭବନର ଶୁଭ ଉଦଘାଟନ କରିବା ପାଇଁ କଳାହାଣ୍ଡି ଜିଲ୍ଲା ଆଦିବାସୀ ସଙ୍ଘର ଏକ ପ୍ରତିନିଧି ଦଳ ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଶୀ ଓ ପୂର୍ବତନ ବିରୋଧୀ ଦଳ ନେତା ପ୍ରଦୀପ ନାଏକଙ୍କ ସହଯୋଗରେ ଶୁକ୍ରବାର ଭୁବନେଶ୍ୱର ସ୍ଥିତ ମୁଖ୍ୟମନ୍ତ୍ରୀ ନିବାସରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ସାକ୍ଷାତ କରି ସହୀଦ ରେଣ୍ଡୋ ମାଝୀଙ୍କ ବଳିଦାନ ଦିବସ ଓ ଆଦିବାସୀ ଭବନ ଉଦଘାଟନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବାକୁ ଅନୁରୋଧ କରିବା ସହ ଏହି ନିମନ୍ତ୍ରଣ ପତ୍ର ପ୍ରଦାନ କରିଛନ୍ତି । ଏହି ସମୟରେ କଳାହାଣ୍ଡି ଜିଲ୍ଲା ଆଦିବାସୀ ସଂଘ ସଭାପତି ପ୍ରକାଶ ଚନ୍ଦ୍ର ମାଝୀ, ଜୁନାଗଡ ବ୍ଲକରୁ ହୃଦାନନ୍ଦ ମାଝୀ, କୋକସରା ବ୍ଲକ ଆଦିବାସୀ ସଂଘ ସାଧାରଣ ସମ୍ପାଦକ ତ୍ରିନାଥ ଶବର ମଧୁବନ ପାତ୍ର ରତନ ମାଝୀ ପ୍ରମୁଖ ଉପସ୍ଥିତ ରହିଥିଲେ ।