କୋକସରା(ତ୍ରିଲୋକ୍ୟ ବେଶ୍ରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଗୋଷ୍ଠି ଶିକ୍ଷା ବିଭାଗ ଅଧୀନରେ ଥିବା କାଶିବାହଲ ଧନସରା ପ୍ରାଥମିକ ବିଦ୍ୟାଳୟର ନବ ନିର୍ମିତ ଶ୍ରେଣୀ ଗୃହ ଶୁକ୍ରବାର ଦିନ ଉଦ୍ଘାଟିତ ହୋଇଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥୀ ଭାବେ କୋକସରା ବ୍ଲକ ଅଧ୍ୟକ୍ଷା ରିତା ଅଗ୍ରୱାଲ ଓ ସମ୍ମାନିତ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ ଯୋଗଦେଇ ଉଦଘାଟନ କରିଛନ୍ତି । ଏହି ଅବସରରେ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ କସ୍ତୁରୀ ଛାତ୍ରୀଆ ଓ ସହ ଶିକ୍ଷୟିତ୍ରୀ ତରୁଲତା ନାଏକଙ୍କ ସହ ସ୍କୁଲର ବିଭିନ୍ନ ବିଷୟରେ ଆଲୋଚନା କରିବା ପରେ ଛାତ୍ରଛାତ୍ରୀଙ୍କ ସହ ମଧ୍ୟ ପାଠପଢା ଉପରେ ପଚାରି ବୁଝିଥିଲେ । ଜନ ପ୍ରତିନିଧିଙ୍କ ସହ ଯୁବ ସମାଜସେବୀ ପ୍ରଣବ ବେହେରା, ସଞ୍ଜୟ ସିଙ୍ଘଲ, ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ପ୍ରମୁଖ ଉପସ୍ଥିତ ଥିଲେ ।