ସହରର ମୁଖ୍ୟ ରାସ୍ତା ଅସ୍ଥାୟୀ ଭାବେ ମରାମତି କଲେ ସାମ୍ବାଦିକ….

ପାରଳାଖେମୁଣ୍ଡି(ପ୍ରବୀଣ କୁମାର ଲିମା): ଯାହା ପ୍ରଶାସନ କରିଲା ନାହିଁ ତାହା କରି ଦେଖାଇଲେ ସାମ୍ବାଦିକ l ଗଜପତି ଜିଲ୍ଳା ପାରଳାଖେମୁଣ୍ଡି ସହରର ମୁଖ୍ୟ ରାସ୍ତା ଅତି ଶୋଚନୀୟ ପରିସ୍ଥିତିରେ ରହି ଥିଲା । ଦୀର୍ଘ ବର୍ଷ ହେବ ଏହି ରାସ୍ତା ମରାମତି ନକରି ଦିନ ପରେ ଦିନ ଗଡ଼େଇ ଚାଲି ଥିଲେ ଦାୟିତ୍ୱରେ ଥିବା ଅଧିକାରୀ । ପୂର୍ବରୁ ଏଥି ପାଇଁ ସରକାରୀ ଅନୁଦାନ ଆସିଥିଲେ ମଧ୍ୟ ନିମ୍ନ ମାନର କାମ କରି ଟଙ୍କା ସବୁ ଆତ୍ମସାତ କରୁ ଥିଲା ପ୍ରଶାସନ । ହେଲେ ଆଜି ଗଜପତିର ଜିଲ୍ଲା ସାମ୍ବାଦିକମାନେ ଏହି ମୁଖ୍ୟ ରାସ୍ତାର ଅସ୍ଥାୟୀ ଭାବେ ମରାମତି କରିଥିବା ଦେଖିବାକୁ ମିଳିଛି । ଏହି ରାସ୍ତା ଜିଲ୍ଲାରେ ଗୁରୁତ୍ଵ ବହନ କରୁ ଥିବା ବେଳେ ତାହା ଏବେ ଖାଲ ଖମାରେ ପରିପୂର୍ଣ୍ଣ l ହେଲେ ଆଜି ସାମ୍ବାଦିକମାନେ ନିଜସ୍ୱ ଉଦ୍ୟମରେ ଜିଲ୍ଲା ପ୍ରଶାସନକୁ ଚେତେଇବା ପାଇଁ ରାସ୍ତାରେ ଥିବା ଗାତ ଗୁଡ଼ିକୁ ବଜରି ଏବଂ ପଥର ଗୁଣ୍ଡ ପକାଇ ମରାମତି କରିଛନ୍ତି । ଏଥି ସହ ନିଶା ଖାଇ ଶୋଇଥିବା ଜିଲ୍ଲା ପ୍ରଶାସନ ଅଧିକାରୀ ମାନଙ୍କୁ ଚେତେଇବା ପାଇଁ ଏହି ପ୍ରୟାସ କରାଯାଇଥିବା ସାମ୍ବାଦିକମାନେ କହିଛନ୍ତି ।