ସାପ କାମୁଡାରେ ମହିଳା ମୃତ୍ୟୁ…

ରା.ଉଦୟଗିରି(ମିହିର ପ୍ରସାଦ ମାଳୀ): ଗଜପତି ଜିଲ୍ଲା ରା.ଉଦୟଗିରି ବ୍ଲକ୍ ଅନ୍ତର୍ଗତ ବେହେରା ସାହି ଗ୍ରାମରେ ଘଟିଛି ଅଭାବନୀୟ ଘଟଣା । ଶୁକ୍ରବାର ସକାଳପ୍ରାୟ ୪ ଘଣ୍ଟା ସମୟରେ ଗ୍ରାମର ମାଳତୀ ବେହେରା(୩୫) ଘରେ ଶୋଇଥିବା ସମୟରେ ଅକସ୍ମାତ୍ ସାପ କାମୁଡ଼ିବା ପରେ ତୁରନ୍ତ ପରିବାରର ସଦସ୍ୟ ରାମଗିରି ଡାକ୍ତରଖାନାରେ ଭର୍ତ୍ତି କରି ଥିଲେ l ହେଲେ ଡାକ୍ତର ବ୍ରଜରାଜ କର ସମସ୍ତ ପରୀକ୍ଷା ପରେ ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଏନେଇ ଖବର ପାଇ ରାମଗିରି ଥାନା ଅଧିକାରୀ ଗଜପତି ଦୋରା ଡାକ୍ତରଖାନାରେ ପହଞ୍ଚି ୦୫/୨୦୨୪ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିବା ଜଣାପଡିଛି । ତେବେ ମୃତକଙ୍କ ସ୍ବାମୀ ଦୟା ବେହେରାଙ୍କ ଘରେ ତିନିଜଣ ଛୋଟ ଛୋଟ ଛୁଆ ଥିବାବେଳେ ସ୍ତ୍ରୀଙ୍କୁ ହରାଇ ଭାଙ୍ଗି ଛନ୍ତି l ଏହି ଖବର ପ୍ରଚାରିତ ହେବା ପରେ ଅଞ୍ଚଳର ଜନପ୍ରତିନିଧିମାନେ ଶୋକ ପ୍ରକାଶ କରିବା ସହ ପରିବାରକୁ ସରକାରୀ ସହାୟତା ପାଇଁ ଦାବି କରିଛନ୍ତି ।