ଧରାକୋଟ(ସୁନୀଲ କୁମାର ଚୌଧୁରୀ): ଗଞ୍ଜାମ ଜିଲ୍ଲାର ଧରାକୋଟ ବ୍ଳକ ଆସିକାରୁ ମାତ୍ର 13 କିଲୋମିଟର ଦୂରରେ ଅବସ୍ଥିତ l ଐତିହ ବହନ କରୁ ଥିବା ଶାନ୍ତି ଝର ଜଳପ୍ରପ୍ରପାତ ଏଠାକାର ସୌନ୍ଦର୍ଯ୍ୟ ଭରା ଜଙ୍ଗଲ ଓ ମନୋରମା ପରିବେଶ ଯୋଗୁଁ ଶୀତ ଦିନେ ବହୁ ପର୍ଯ୍ୟଟକଙ୍କ ସୁଅ ଛୁଟି ଥାଏ l ଆକର୍ଷଣୀୟ ସ୍ଥାନ ଏବଂ ପିକନିକ ପାଇଁ ଜଙ୍ଗଲ ପରିବେଶ ଭରା ମା କାଠୁଳିଆ ଦେବୀ ପୀଠ ଓ ରାଜ ରାଜେଶ୍ୱରୀ ଗଡଚଣ୍ଡି, ସିଦ୍ଧ ମହାବୀର (ହନୁମାନ ବାଟିକା) ଲୋକଙ୍କୁ ଆକୃଷ୍ଟ କରିଛି । ଫଳରେ ହଜାର ହଜାର ପର୍ଯ୍ୟଟକ ପିକନିକ ପାଇଁ ଆସୁଛନ୍ତି l ବ୍ରହ୍ମପୁର ଠାରୁ 54 କିମି ସୋରଡ଼ା ଯିବା ରାସ୍ତା ଧରାକୋଟ ନିକଟରେ ଅବସ୍ଥିତ ମା ରାଜ ରାଜେଶ୍ୱରୀ ଗଡ଼ଚଣ୍ଡୀ ଶକ୍ତି ପୀଠ ଓ ସିଦ୍ଧ ଗୁମ୍ଫାରେ ଅବସ୍ଥିତ l ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ଏହି ପରିବେଶ ଭାରୀ ସୁନ୍ଦର l ଏହି ନିରୋଳା ସ୍ଥାନ ସହରର ଗହଳିଚହଳି ଠାରୁ ଦୂରରେ ହୋଇଥିବାରୁ ଏହି ଯାଗାକୁ ବୁଲିବାକୁ ଆସିଲେ ମନକୁ ଭରପୁର ଆନନ୍ଦ ଓ ଯେତେ ଯାହା ଦୁଃଖରେ ଥିଲେ ମଧ୍ୟ ଏଠାକୁ ଆସିଲେ ଅଶେଷ ଶାନ୍ତି ମିଳି ଥାଏ l ସୌନ୍ଦର୍ଯ୍ୟରେ ପରିପୂର୍ଣ ହୋଇ ରହିଥିବାରୁ ମନ ଲୋଭା ଝରଣାର କୁଳୁ କୁଳୁ ଶବ୍ଦ ମନକୁ ଆକୃଷ୍ଟ କରେ ।
ତେଣୁ କରି ଏହି ଅଞ୍ଚଳକୁ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପ୍ରଦାନ କରାଯାଉ ବୋଲି ଅଞ୍ଚଳ ବାସୀ ଦାବୀ କରିଛନ୍ତି l
Next Post