ଭଞ୍ଜନଗର(ନିଲୁ ବିଷୋୟୀ): ଆସନ୍ତା ସେପ୍ଟେମ୍ବର ୧ରୁ ଆରମ୍ଭ ପ୍ରାଣୀସମ୍ପଦ ତଥା ପଶୁପକ୍ଷୀ ମାନଙ୍କର ଗଣନା ଡିସେମ୍ବର ଶେଷ ପର୍ଯ୍ୟନ୍ତ ଚାଲିବ । ଏହାକୁ ସୁରୁଖୁରୁରେ ସଂପାଦନ କରିବା ପାଇଁ ପ୍ରାଣୀସମ୍ପଦ ବିଭାଗ ପକ୍ଷରୁ ଜିଲ୍ଲା ସ୍ତରୀୟ ତାଲିମ ଶିବିର ଭଞ୍ଜନଗର ଠାରେ ଅନୁଷ୍ଠିତ ହୋଇଯାଇଛି । ପ୍ରାଣୀଧନ ପ୍ରଶିକ୍ଷଣ କେନ୍ଦ୍ର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ଶିବିରକୁ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଡା.ମନୋଜ କୁମାର ସାହୁ ଉଦଘାଟନ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ସହାୟକ ଜିଲ୍ଲାପାଳ ରାମଚନ୍ଦ୍ର ମହାପାତ୍ର ଯୋଗ ଦେଇଥିବା ବେଳେ ଛତ୍ରପୁର ଏସଡିଭିଓ ଡା.ଦେବାନନ୍ଦ ପାତ୍ର, ପ୍ରାଣୀସମ୍ପଦ ବିଭାଗର ଉପ-ନିର୍ଦ୍ଦେଶକ ଶୁଭ୍ରକାନ୍ତ ମହାନ୍ତି ସାଧନ କର୍ମୀ ଭାବେ ତାଲିମ ପ୍ରଦାନ କରିଥିଲେ । ସମସ୍ତ କାର୍ଯ୍ୟକୁ ଉପଖଣ୍ଡ ପ୍ରାଣୀ ଚିକିତ୍ସାଧିକାରୀ ଡା.ପ୍ରଦିପ୍ତ କୁମାର ସାହୁ ପରିଚାଳନା କରିଥିଲେ । ଗଣନାରେ ଉପଖଣ୍ଡର ପ୍ରାୟ ୧୦୩ ଜଣ ଗଣନାକାରୀ ସାମିଲ ହେବେ ବୋଲି ଜଣାପଡିଛି ।ଏଥିରେ ସେମାନେ ପ୍ରତିଟି ଘରକୁ ଯାଇ ବିଭିନ୍ନ ଗୃହପାଳିତ ପଶୁ, ପକ୍ଷୀ ସେମାନଙ୍କ ପ୍ରଜାତି, ବୟସ, ଲିଙ୍ଗ ସମ୍ପର୍କରେ ତଥ୍ୟ ଏକ ସ୍ବତନ୍ତ୍ର ଆପରେ ଅପଲୋଡ୍ କରିବେ । ଉକ୍ତ ତାଲିମ ଶିବିରରେ ଭଞ୍ଜନଗର ବିଭିଓ ନିଶିକାନ୍ତ ବଳ, ସୋରଡାର ସତ୍ୟ ବିକ୍ରମ ଦଳେଇ, ବୁଗୁଡାର ଶୁଭ୍ରାଂଶୁ ରାଉତ, ଧରାକୋଟର ମାନସ ରଞ୍ଜନ ପଲେଇ, ଜଗନ୍ନାଥପ୍ରସାଦର ନିହାର ରଞ୍ଜନ ସାମନ୍ତରାୟ, ବେଲଗୁଣ୍ଠାର କାର୍ତ୍ତିକ ସାହୁ, ଆସିକାର ଆଶୁତୋଷ ଚୌଧୁରୀ, ଶେରଗଡର ଦୁର୍ଗାପ୍ରସାଦ ହୋତା, ପ୍ରଶାନ୍ତ କୁମାର ମିଶ୍ର, କୃଷ୍ଣଚନ୍ଦ୍ର ଗୌଡ, ତୁଷାରକାନ୍ତ ବିଷୋୟୀ, ଅଶୋକ କୁମାର ବିଷୋୟୀ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ l