ରାୟଗଡ଼ା(ଟିକି ଲିମ୍ମା): ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ସ୍ଥିତ ସରକାରୀ ଏସ୍ ଏସ୍ ଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆଜି ଜାତୀୟ କ୍ରୀଡା ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି । ବିଦ୍ୟାଳୟର ଛାତ୍ର ଓ ଛାତ୍ରୀମାନଙ୍କ ଦ୍ଵାରା ଏକ ରାଲି ବିଦ୍ୟାଳୟରୁ ବାହାରି ରାୟଗଡ଼ ସହର ପରିକ୍ରମା କରିଥିଲେ l ଏହି ରାଲିକୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ସୁରେଶ କୁମାର ସାହୁକାର ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ପରେ ବିଦ୍ୟାଳୟ ଖେଳ ପଡିଆ ଠାରେ ସ୍ଥାପିତ ହକି ଯାଦୁଗର ମେଜର ଧ୍ୟାନଚାନ୍ଦଙ୍କ ପ୍ରତିମୂର୍ତ୍ତି ଠାରେ ପୁଷ୍ପ ମାଲ୍ୟାର୍ପଣ କରିବା ପରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମେଜର ଧ୍ୟାନଚାନ୍ଦଙ୍କ ଭାରତ ପ୍ରତି ହକି କ୍ଷେତ୍ରରେ ସ୍ବଣ୍ଣୀମ ଅବଦାନକୁ ସ୍ମୃତି ଚାରଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ସୁରେଶ କୁମାର ସାହୁକାର ଓ ଏମ୍ ଭି ଆପନ୍ନା ସୁନନ୍ଦା ସାହୁ, ସସ୍ମିତା ମଲ୍ ଦିବାକର ମହାରଣା, ସନ୍ତୋଷ ପ୍ରସାଦ ପଣ୍ଡା, ବିରଞ୍ଚି ନାରାୟଣ ରଥ, ସୁଜାତା ପାତ୍ର, ସତ୍ୟଭାମା ବର୍ଦ୍ଧନ, ରବିନ୍ଦ୍ରନାଥ ମିଶ୍ର ଓ ପୁରୁଷୋତ୍ତମ ମାଳି ଉପସ୍ଥିତ ଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ବିଦ୍ୟାଳୟର କ୍ରୀଡା ଶିକ୍ଷକ ଶ୍ରୀ ସନ୍ତୋଷ ପ୍ରସାଦ ପଣ୍ଡା ପରିଚାଳନା କରିଥିଲେ ।