ସିରିଜ୍ ବୋମାମାଡ ପରେ ଆକ୍ରମଣ, ଚାରି ଯୁବକ ଗୁରୁତର…

ଭଞ୍ଜନଗର(ନିଲୁ ବିଷୋୟୀ): ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା କେଶରା ଗ୍ରାମ କାଳୀମନ୍ଦିର ଛକ ନିକଟରେ ସିରିଜ୍ ବୋମା ମାଡ଼ ପରେ ମାରଣାସ୍ତ୍ରରେ ପାଞ୍ଚ ଯୁବକ ଙ୍କୁ ଆକ୍ରମଣ ହୋଇଛି। ଏଥିରେ ଚାରି ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଆହତ ଯୁବକମାନେ ହେଲେ କେଶରା ଗ୍ରାମର ଲକ୍ଷ୍ମଣ ନାହାକ, ସୁରେଶ ପାଣିଗ୍ରାହୀ, କୃଷ୍ଣ ନାହାକ, ପ୍ରସନ ଗୌଡ଼ । ସୂଚନା ପ୍ରକାରେ, କେଶରା ଗ୍ରାମର ପାଞ୍ଚ ଜଣ ବ୍ୟକ୍ତି ସୋରଡ଼ାରୁ କାମ ସାରି ନିଜ ଘରକୁ ତିନୋଟି ବାଇକ ରେ ଫେରୁଥିବା ବେଳେ ପୂର୍ବ ଯୋଜନା ମୁତାବକ ଦୁର୍ବୃତ୍ତମାନେ ବାଇକ ଆରୋହୀଙ୍କ ଉପରକୁ ସିରିଜ ବୋମାମାଡ କରିଥିଲେ । ସମସ୍ତେ ବାଇକରୁ ପଡି ଯିବା ପରେ ଅତର୍କିତ ଭାବେ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ଚାରି ଜଣ ଗୁରୁତର ହୋଇ ପଡିଥିବା ବେଳେ ଖବର ପାଇ ପୁଲିସ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରି ସୋରଡ଼ା ମେଡ଼ିକାଲରେ ଭର୍ତ୍ତି କରିଥିଲା । ପ୍ରାଥମିକ ଚିକିତ୍ସା ପରେ ସମସ୍ତଙ୍କୁ ବ୍ରହ୍ମପୁର ସ୍ଥାନାନ୍ତରିତ କରାଯାଇଛି । ପୂର୍ଵ ଶତ୍ରୁତାକୁ କେନ୍ଦ୍ର କରି ଏହି ଆକ୍ରମଣ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଦୁର୍ବୃତ୍ତ ମାନେ ଫେରାର ଥିବା ବେଳେ ଥାନାଧିକାରୀ ଅନୀଲ କୁମାର ପରିଡାଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ତଦନ୍ତ ଆରମ୍ଭ ହୋଇଛି ।