ଟିକାବାଲିର ମାଁ ବ୍ୟାଘ୍ର ଦେବୀ କଳା ସଂସ୍କୃତିର ବହି ପୁଜା…

ଟିକାବାଲି(ସାନୁଜ ବେହେରା): କନ୍ଧମାଳ ଜିଲ୍ଲା ଟିକାବାଲି ଠାରେ ଆସନ୍ତା ଦଶହରା ଉପଲକ୍ଷେ ମା ବ୍ୟାଘ୍ରଦେବୀ କଳା ଓ ସଂସ୍କୃତି ପରିଷଦ ପକ୍ଷରୁ ସ୍ଥାନୀୟ କଳାକାର ମାନଙ୍କୁ ନେଇ ଏହାର ୩ ୟ ଅବଦାନ ନିମନ୍ତେ ନାଟକ ପରିବେଷଣ ହେବାକୁ ଯାଉଅଛି l ଏହାର ପ୍ରସ୍ତୁତି ବୈଠକ ଗତ ୨୩ ତାରିଖ ଶୁକ୍ରବାର ଦିନ ସ୍ଥାନୀୟ ମା ଭୈରବୀ କଲ୍ୟାଣ ମଣ୍ଡପ ହୋଇଥିବା ବେଳେ ଏ ବର୍ଷର ନାଟକ “ଜନମ ନେଇଛି କାନ୍ଦିବା ପାଇଁ” ଚୟନ କରାଗଲା ଏବଂ ମା ବ୍ୟାଘ୍ରଦେବୀ ମନ୍ଦିର ଠାରେ ବିଧିବଦ୍ଧ ଭାବେ ପୁସ୍ତକ ପୂଜନ ହୋଇଥିଲା l ନାଟ୍ୟ ନିର୍ଦେଶକ ଭାବେ ସନ୍ତୋଷ କୁମାର ସାହୁଙ୍କୁ ଦାୟିତ୍ୱ ଦିଆଯାଇଥିଲା ଏବଂ ସମସ୍ତ କଳାକାରଙ୍କୁ ଉତ୍ସାହିତ କରିବା ନିମନ୍ତେ କମିଟି ସଭାପତି ତନୁଜ କୁମାର ଭୋଇ, ଯୁଗଳ କିଶୋର ପଣ୍ଡା, ଲିଙ୍ଗରାଜ ନାୟକ, ମାନସ ବେହେରା, ଚକ୍ରପାଣି ସାହୁ, କୁମୁଦ ଚନ୍ଦ୍ର ସାହୁ, ଜିତେନ୍ଦ୍ର ସାହୁ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ସହ ସମସ୍ତ କଳାକାର ଉପସ୍ଥିତ ଥିଲେ l