ଆଜି ବି ସରକାରୀ ସୁବିଧା ପାଇବାରୁ ବଞ୍ଚିତ ଘରିଆ ସାହି…

ଟିକାବାଲି(ସାନୁଜ ବେହେରା ): କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ଛତିଝାର ଠାରେ ଥିବା ଦଶ ଘରିଆ ସାହି l ଏହି ସାହି ବସିବାର ଦିର୍ଘ ୩୫ ବର୍ଷ ବିତିଯାଇଥିଲେ ସୁଦ୍ଧା ଆଜି ପ୍ରୋର୍ଯ୍ୟନ୍ତ ପକ୍କା ରାସ୍ତାଟିଏ ହୋଇ ନ ଥିବା ବାସିନ୍ଦା କହିଛନ୍ତି । କନ୍ଧମାଳ ଜିଲ୍ଲା ଟିକାବାଲି ଗ୍ରାମ ପଞ୍ଚାୟତ ଅଧିନସ୍ଥ ଛତିଝାର ଗ୍ରାମର ତିନି ନମ୍ବର ୱାର୍ଡର ଦଶ ଘରିଆ ସାହିରରେ ଏଭଳି ଘଟଣା ଦେଖିବାକୁ ମିଳିଛି । ସୂଚନା ଅନୁସାରେ ୧୯୮୨ ମସିହାରେ ସରକାରଙ୍କ ଆଦେଶ କ୍ରମେ ଅତି ନିରିହ, ଦିନ ମଜୁରିଆ, ଗରିବ ଖଟିଖିଆ, ବାସହରା ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ସଂପ୍ରଦାୟର ୧୦ଟି ପରିବାରକୁ ୧୬ ଆର୍ ଲେଖାଏ ଜାଗାରେ ଇନ୍ଦିରା ଆବାସ ଗୃହ ଯୋଗାଇ ଦିଆ ଯାଇଥିଲା । ବର୍ତ୍ତମାନ ସେହି ଗ୍ରାମର ପରିବାର ସଂଖ୍ୟା ଦଶରୁ ତିରିଶକୁ ବୃଦ୍ଧି ପାଇଛି । ହେଲେ ଦିର୍ଘ ୩୫ ବର୍ଷ ବିତିଯାଇଥିଲେ ସୁଦ୍ଧା ସେହି ଗ୍ରାମକୁ ଆଜି ପର୍ଯ୍ୟନ୍ତ କୈାଣସି ପ୍ରକାରେ ସରକାରଙ୍କ ଦ୍ଵାରା ପକ୍କା ରାସ୍ତାଟିଏ ହୋଇ ପାରିନାହିଁ। । ଏହି ଦଶ ଘରିଆ ସାହି ଟିକାବାଲି ବ୍ଲକ୍ ଠାରୁ ମାତ୍ରକ ୨ କିମି ଦୂରରେ ଥିଲେ ମଧ୍ଯ ଦିପତଳ ଅନ୍ଧାର ରହିଥିବା ସଦୃଶ୍ୟ । ବର୍ତମାନ ବ୍ରହ୍ମପୁର ଠାରୁ ଫୁଲବାଣୀ ସଂଜଗ କରୁଥିବା ୧୫୭ ଜାତିୟ ରାଜପଥ କଡ଼ରେ ରହିଛନ୍ତି ଏହି ଦଶ ଘରିଆ ସାହି । ହେଲେ ଏହି ରାସ୍ତାଦେଇ ପ୍ରତ୍ୟେକ ଦିନ ବ୍ଲକ୍ ପ୍ରଶାସନିକ ଅଧିକାରୀମାନେ, ଜିଲ୍ଲାପାଳ, ହେଉ ବା ନେତା ମନ୍ତ୍ରୀ ହେଉ ସେହି ରାସ୍ତାରେ ଦେଇ ଦୈନଦିନ ଯିବା ଆସିବା କରୁଥିଲେ ମଧ୍ୟ ଜାଣିଶୁଣି ନ ଦେଖିଲା ପରି ଯାଉ ଥିବା କହିଛନ୍ତି ଅଞ୍ଚଳବାସୀ । ଟିକାବାଲି ବ୍ଲକର ୧୧ ଗୋଟି ପଞ୍ଚାୟତରେ ବିଭିନ୍ନ ଗ୍ରାମକୁ ଗଲେ କଂକ୍ରିଟ ରାସ୍ତା ଦେଖିବାକୁ ମିଳୁ ଥିବା ବେଳେ ଦଶ ଘରିଆ ସାହିକୁ ଚାଲିବା ପାଇଁ ରାସ୍ତା ନାହିଁ । ଏନେଇ ଦଶ ଘରିଆ ସାହିର ଲୋକମାନେ ବ୍ଲକ୍ ଠାରୁ ପଲିସଭା ଓ ଗ୍ରାମ ସଭାରେ ମଧ୍ୟ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସିମେଣ୍ଟ ରାସ୍ତାଟିଏ ହୋଇପାରିଥିଲା ନାହିଁ ବୋଲି ଦୁଃଖ ପ୍ରକାଶ କରିଛନ୍ତି ସାହି ବାସିନ୍ଦା l