ଉତ୍କଳ ବାପଟିଷ୍ଟ ମଣ୍ଡଳୀ ସମ୍ମିଳନୀ କାର୍ଯ୍ୟାଳୟରେ ବୃତ୍ତିଗତ ପରାମର୍ଶ ଶିବିର ଅନୁଷ୍ଠିତ…

ପାରଳାଖେମୁଣ୍ଡି/ଗୁମ୍ମା(ପ୍ରବୀଣ କୁମାର ଲିମ୍ମା/ ସରୋଜ କୁମାର ଷଡ଼ଙ୍ଗୀ): ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଉତ୍କଳ ବାପଟିଷ୍ଟ ମଣ୍ଡଳୀ ସମ୍ମିଳନୀ କାର୍ଯ୍ୟାଳୟରେ ବୃତ୍ତିଗତ ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି । ଉତ୍କଳ ବାପଟିଷ୍ଟ ମଣ୍ଡଳୀ ସମ୍ମିଳନୀ UBCA ଓ ଜିଲ୍ଲା କର୍ମ ନିଯୁକ୍ତି ବିଭାଗ ମିଳିତ ସହଯୋଗରେ ଏହି ଶିବିର ଅନୁଷ୍ଠିତ ହୋଇଛି । ଗଜପତି ଜିଲ୍ଲା ସଂଖ୍ୟାଲଘୁ ଦଳିତ ଖ୍ରୀଷ୍ଟିଆନ୍ ସମ୍ପ୍ରଦାୟର ପ୍ରାୟ 150ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଶିବିରରେ ଯୋଗ ଦେଇ ଏହି ସୁଯୋଗର ସଦୁପଯୋଗ କରିଥିଲେ । OSDA, ଜେମ୍ସ ହସ୍ପିଟାଲ୍ ଶ୍ରୀକାକୁଲମ, CUTM, ବିଭିନ୍ନ ITI କଲେଜ୍ ପକ୍ଷର 18ବର୍ଷ ବୟସ ଠାରୁ 35ବର୍ଷ ବୟସ ତଥା ପଞ୍ଚମରୁ ସ୍ନାତକ ଡିଗ୍ରୀ ପାସ୍ ପିଲାମାନଙ୍କୁ ଏହି ବୃତ୍ତିଗତ ପରାମର୍ଶ ଶିବିରରେ ଦକ୍ଷତା ବିକାଶ ପାଇଁ ଉତ୍ସାହିତ କରାଗଲା । ଉତ୍କଳ ବାପଟିଷ୍ଟ ମଣ୍ଡଳୀ ସମ୍ମିଳନୀ UBCA ପକ୍ଷରୁ ସମସ୍ତଙ୍କ ପାଇଁ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା କରାଯାଇଥିଲା । ଆସନ୍ତା ତା 29 ଅଗଷ୍ଟ 2024 ରିଖ ଗୁରୁବାର ଦିନ ବଡପଦା ଶତାବ୍ଦୀ ବାପଟିଷ୍ଟ ମଣ୍ଡଳୀରେ ଆଉ ଏକ ଶିବିର ଆୟୋଜନ ହେବାକୁ ଥିବା ଉତ୍କଳ ବାପଟିଷ୍ଟ ମଣ୍ଡଳୀ ସମ୍ମିଳନୀ UBCA ସାଧାରଣ ସମ୍ପାଦକ ତଥା ସେରଙ୍ଗ ବାପଟିଷ୍ଟ ମଣ୍ଡଳୀ ପାଳକ ରେଭ ସବୁଲନ ପାଣି ସୂଚନା ପ୍ରଦାନ କରିଛନ୍ତି ।