ପଦ ଫେରି ପାଇଲେ ଜୀବା ଗ୍ରାମପାୟତର ସରପଞ୍ଚ…

ଗୁମ୍ମା(ନିରୋଜ କୁମାର ଷଡ଼ଙ୍ଗୀ): ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଜୀବା ଗ୍ରାମ ପଞ୍ଚାୟତ 2022 ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଏଡେଙ୍ଗା ଶବର ରବୀନ୍ଦ୍ର ଶବରଙ୍କୁ 237 ଖଣ୍ଡ ଭୋଟ୍ ବ୍ୟବଧାନରେ ପରାସ୍ତ କରି ବିଜୟୀ ହୋଇ ଜୀବା ଗ୍ରାମ ପଞ୍ଚାୟତ ସରପଞ୍ଚ ହୋଇଥିଲେବ। ତେବେ ରବୀନ୍ଦ୍ର ଶବର ଏଡେଙ୍ଗା ଶବରଙ୍କ 3 ସନ୍ତାନ ଥିବା ଦର୍ଶାଇ ତାଙ୍କୁ ଅଯୋଗ୍ୟ ଘୋଷଣା କରିବା ପାଇଁ ହାଇକୋର୍ଟର ଆଶ୍ରୟ ନେଇଥିଲେ । ହାଇକୋର୍ଟ ରବୀନ୍ଦ୍ର ଶବରଙ୍କ ଆବେଦନ ପତ୍ର ଗ୍ରହଣ କରି ଏଡେଙ୍ଗା ଶବରଙ୍କୁ ଅଯୋଗ୍ୟ ଘୋଷଣା କରିବା ସହ ରବୀନ୍ଦ୍ର ଶବରଙ୍କୁ ସରପଞ୍ଚ ଘୋଷଣା କରିଥିଲେ । ଏଡେଙ୍ଗା ଶବର ହାଇକୋର୍ଟ ରାୟ ବିରୁଦ୍ଧରେ ସୁପ୍ରିମ କୋର୍ଟରେ ଆବେଦନ କରି ତାଙ୍କର 2ଟି ସନ୍ତାନ ଥିବା ପ୍ରମାଣ ପତ୍ର ପ୍ରଦାନ କରିଛନ୍ତି । ସୁପ୍ରିମ କୋର୍ଟ ପୁନର୍ବାର ଏଡେଙ୍ଗା ଶବରଙ୍କ ଆବେଦନ ଗ୍ରହଣ କରି ତାଙ୍କୁ ଜୀବା ଗ୍ରାମ ପଞ୍ଚାୟତ ସରପଞ୍ଚ ଘୋଷଣା କରିଛନ୍ତି । ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ତାଙ୍କୁ ଏନେଇ ପ୍ରମାଣ ପତ୍ର ପ୍ରଦାନ କରାଯାଇଛି ।