ବାଣୀଗୋଛା ନେତାଜୀ ସୁବାଷ ବୋଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସ୍ବାଗତ ଉତ୍ସବ ଅନୁଷ୍ଠିତ…

ନୟାଗଡ଼(ରତ୍ନାକର ହୋତା): ପ୍ରତି ବର୍ଷ ଭଳି ନୟାଗଡ଼ ଜିଲ୍ଲା ବାଣୀଗୋଛା ସୁବାଷ ବୋଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପ୍ରଥମ ବର୍ଷର ଛାତ୍ର, ଛାତ୍ରୀମାନଙ୍କୁ ସ୍ଵାଗତ କରାଯାଇ ଥାଏ l ଏହି ଉତ୍ସାବ ଏ ଚଳିତ ବର୍ଷ ମଧ୍ୟ ପାଳନ ହୋଇ ଯାଇଅଛି l ଏହି ସମାରୋହରେ କନ୍ଧମାଳ ସାସଂଦ ସୁକାନ୍ତ କୁମାର ପାଣଗ୍ରାହୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିବା ବେଳେ ବିଦ୍ୟାଳୟର ସଭାପତି ରତ୍ନବlଳl ନାୟକ, ସମ୍ପାଦିକା ରଜନୀ ରାଣୀ ସାହୁ, ପୂର୍ବତନ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ନାୟକ ପ୍ରମୁଖ ଅତିତ ଭାବେ ଯୋଗ ଦେଇଥିଲେ l ଏହା ସହ ଉଚ୍ଚ ବିଦ୍ୟାଳୟ ଅଧ୍ୟକ୍ଷ, ଛତିଶି ଦିକ୍ଷୀତି, ବିଦ୍ୟାଳୟର ଛାତ୍ରଛାତ୍ରୀ, ଅଞ୍ଚଳର ବୁଦ୍ଧିଜିବୀ ମଧ୍ୟ ଯୋଗ ଦେଇ ଥିଲେ l ବିଦ୍ୟାଳୟର ଛାତ୍ରଛାତ୍ରୀ କନ୍ଧମାଳ ସାସଂଦଙ୍କୁ କମନ୍ ରୁମ୍ ସାଇକେଲ ଷ୍ଟାଣ୍ଡ, ହଷ୍ଟେଲ, ପ୍ରଶାସନିକ କାର୍ଯ୍ୟାଳୟ, ଇ- ଲାଇବ୍ରେରୀ ସମ୍ପର୍କରେ ସାଂସଦଙ୍କୁ ଅବଗତ କରିଥିଲେ l ଛାତ୍ରଛାତ୍ରୀଙ୍କ ଏହି ଦାବୀ ଖୁବ୍ ଶୀଘ୍ର ପୂରଣ ହେବ ବୋଲି ସାଂସଦ ପ୍ରତିଶ୍ରୁତି ମଧ୍ୟ ଦେଇ ଥିଲେ l