23/24 ଆର୍ଥିକ ବର୍ଷରେ ଭତ୍ତାଧାରୀଙ୍କୁ ବର୍ଦ୍ଧିତ ଭତ୍ତା ତୁରନ୍ତ ପ୍ରଦାନ ଦାବୀରେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ….

ରାୟଗଡା(ଟିକି ଲିମ୍ମା): ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଶୁକ୍ରବାର ବିଜେଡ଼ି ପକ୍ଷରୁ ପ୍ରତିଶ୍ରୁତି ମୁତାବକ ଭତ୍ତାଧାରୀଙ୍କୁ ବର୍ଦ୍ଧିତ ଭତ୍ତା ତୁରନ୍ତ ପ୍ରଦାନ ଦାବୀରେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ବିଡିଓଙ୍କ ଜରିଆରେ ରାଜ୍ୟପାଳଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି l ଗତ ନିର୍ବାଚନରେ ବିଜେପି ରାଜ୍ଯରେ ଡବଲ ଇଞ୍ଜିନ ସରକାର ଓ ଡବଲ ବିକାଶର ନାରା ଦେଇ ସମସ୍ତ ଭତ୍ତାଧାରିଙ୍କ ମାସିକ ଭତ୍ତାକୁ ତିନି ହଜାର ଓ ତିନି ହଜାର ପାଞ୍ଚ ଶହ ଟଙ୍କାକୁ ବୃଦ୍ଧି କରିବାକୁ ପ୍ରତିଶୃତି ଦେଇଥିଲା I କିନ୍ତୁ ତାହା ଅପରିବର୍ତ୍ତିତ ରହିଛି l ଏହାକୁ ନେଇ ଭତ୍ତାଧାରିଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖା ଦେଇଛି l ସମସ୍ତ ଭତ୍ତାଧାରୀଙ୍କୁ ବର୍ଦ୍ଧିତ ଭତ୍ତା ପ୍ରଦାନ ନ କରନ୍ତି ତା ହେଲେ ଆଗାମୀ ଦିନରେ ବିଜୁ ଜନତା ଦଳ ରାଜ ରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛନ୍ତି l ଏହି କାର୍ଯ୍ୟକ୍ରମରେ ବ୍ଲକ ସଭାପତି ସୀମା ମହାନ୍ତି, ଜିଲ୍ଲା ଉପସଭାପତି ଅନ୍ତର୍ଯ୍ୟାମୀ ଗମାଙ୍ଗ, ବ୍ଲକ ଅଧ୍ୟକ୍ଷା ପୂର୍ଣ୍ଣବାସୀ ନାୟକ, ଉପାଧ୍ଯକ୍ଷ ଜ୍ଯୋତି ପ୍ରସାଦ ପାଣି, ଜିଲ୍ଲା ପରିଷଦ ସଭ୍ଯ ପିତାମ୍ବର ନାୟକଙ୍କ ସମେତ ପଞ୍ଚାୟତ ପ୍ରତିନିଧି, ଶତାଧିକ ମହିଳା ଓ ପୁରୁଷ ବିଜେଡ଼ି କର୍ମୀ ଏକତ୍ରୀତ ହୋଇ ବିକ୍ଷୋଭ କରିଥିଲେ l